ଇସ୍ପାତ ଶିଳ୍ପର ‘ଚିନ୍ତନ ଶିବିର’ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ଦିନରେ ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଦ୍ରୁତ ବେଗରେ ବଢ଼ିବାକୁ ଯାଉଛି । ଏହା ଦେଶର ଇସ୍ପାତ ଶିଳ୍ପ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ । ସୋମବାର ନୂଆଦିଲ୍ଲୀଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ “ଚିନ୍ତନ ଶିବିର’ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବ ଭାରତକୁ ଇସ୍ପାତ୍ ହବ୍ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଆଉ ଧୀରେ ଧୀରେ ନୁହେଁ ବରଂ ବିକାଶ ଏବଂ ଜୀବନଶୈଳୀ କ୍ଷେତ୍ରରେ ବଡ଼ ଡିଅାଁ ମାରିବାକୁ ଭାରତବାସୀ ପ୍ରସ୍ତୁତ । ଦେଶର ବର୍ଦ୍ଧିତ ଚାହିଦା ଆଧାରରେ ଇସ୍ପାତ ଉତ୍ପାଦନ ଆଗକୁ ଯିବ ବୋଲି ସେ କହିଛନ୍ତି । ଭାରତକୁ ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱର ସବୁ କମ୍ପାନି ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି । ଭାରତ ଇସ୍ପାତ କ୍ଷେତ୍ରରେ ବିଶ୍ୱରେ କିପରି ନେତୃତ୍ୱ ନେଇପାରିବ ତାହା ଆଜିର “ଚିନ୍ତନ ଶିବିର’ କାର୍ଯ୍ୟକ୍ରମରେ ବିଚାର କରିବାର ଆବଶ୍ୟକତା ଅଛି । ମୂଲ୍ୟ କମ୍ କରିବା, ନୂଆ ବ୍ୟାବସାୟିକ ମଡେଲ ଏବଂ ଅନୁସନ୍ଧାନ ଓ ବିକାଶରେ କାର୍ଯ୍ୟ କରିବା ପାଇଁ ଭାରତର ଇସ୍ପାତ ଶିଳ୍ପକୁ ସୁନିଶ୍ଚିତ କରିବାକୁ ପଡ଼ିବ । “ଭାରତର ପ୍ରାକୃତିକ ସମ୍ୱଳରୁ ଜିରୋ ଉତ୍ପାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି । ଇସ୍ପାତ ଶିଳ୍ପକୁ ସମସ୍ତ ସହଯୋଗ କରିବାକୁ ସରକାର ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏକ ବୃହତ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ସହଯୋଗ କରିବାକୁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଭାରତର ଇସ୍ପାତ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଶିଳ୍ପର ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଭବିଷ୍ୟତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା । ଆଜି କାର୍ଯ୍ୟକ୍ରମରେ ଅଭିଯାନର ପ୍ରସଙ୍ଗ ‘ଇସ୍ପାତି ଇରାଦା’ ଏବଂ ଏହାର ଲୋଗୋ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗାନ୍ ସିଂହ କୁଲସ୍ତେଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons