ନୁ୍ୟୟର୍କ: ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ପରିବେଶ ସୁରକ୍ଷା ଦିଗରେ ଭାରତ ପଦକ୍ଷେପ ନେଉଛି । ଦେଶରେ ସିଙ୍ଗଲ ୟୁଜ (ଥରେ ମାତ୍ର ବ୍ୟବହୃତ) ପ୍ଲାଷ୍ଟିକ ବିରୋଧରେ ଆନେ୍ଦାଳନ ହୋଇଛି । ଏ ଦିଗରେ ଭାରତ ବିଶ୍ୱ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପୋଷଣ କରିଛନ୍ତି ।
ନୁ୍ୟୟର୍କସ୍ଥିତ ଜାତିସଂଘ ସାଧାରଣ ପରିଷଦ ଚାମ୍ବରରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏଠାକୁ ରୋଡମ୍ୟାପ୍ ସହ ଆସିଛନ୍ତି । ଦେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଚଳିତବର୍ଷ ସ୍ୱାଧୀନତା ଦିବସରୁ ଗଣ ଆନେ୍ଦାଳନ ଆରମ୍ଭ ହୋଇଛି । ବିଶ୍ୱର ଅନ୍ୟ ଦେଶ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଆସନ୍ତାକାଲି ଜାତିସଂଘ ମୁଖ୍ୟାଳୟର ଛାତ ଉପରେ ପ୍ରତିÂା କରାଯାଇଥିବା ସୌର ପ୍ୟାନେଲ ସେ ଉଦ୍ଘାଟନ କରିବେ । ଭାରତ ଏହାକୁ ନିର୍ମାଣ କରିଛି । ଏହା ସମସ୍ତଙ୍କ ପାଇଁ ଖୁସିର ବିଷୟ । ଜଳବାୟୁ ପରିବର୍ତ୍ତନ ଉପରେ ଭାଷଣ ଦେବାର ସମୟ ଶେଷ ହୋଇଛି । ଏବେ ଦୁନିଆକୁ କିଛି କରି ଦେଖାଇବାର ସମୟ ଆସିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ ଭାରତ ନେଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । କହିଥିଲେ ନବୀକରଣ ଶକ୍ତି ଉପôାଦନ କରିବାର କ୍ଷମତା ଭାରତ ବୃଦ୍ଧି କରିଛି । ଦେଶରେ ଅଣ-ଜୈବ ଇନ୍ଧନକୁ ପ୍ରାଧାନ୍ୟ ଦିଆଯାଉଛି । ସେଥିପାଇଁ ଆସନ୍ତା ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ ଅଣ ଜୈବ-ଇନ୍ଧନ ଉପôାଦନ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାକୁ ଅତିକ୍ରମ କରି ୪୦୦ ଗିଗାୱାଟରେ ପହଞ୍ଚôବା ଲାଗି ଭାରତ ଚେଷ୍ଟା କରୁଛି । ପେଟ୍ରୋଲ ଓ ଡିଜେଲରେ ବାୟୋ-ଫୁଏଲ୍ ମିଶ୍ରଣ କରାଯିବା ସହ ଇଲେକ୍ଟି୍ରକ ଯାନ ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଉଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ବାଟ ରହିଛି । କିନ୍ତୁ ଏହି ଜଟିଳ ସମସ୍ୟା ପାଇଁ ଯେଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଯାଉ ନାହିଁ । ପ୍ରକୃତିକୁ ରକ୍ଷା କରିବା ଆମ ସମସ୍ତଙ୍କର ପରମ୍ପରା । ଆମକୁ ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ । ଏଥିପାଇଁ ବିଶ୍ୱରେ ଜନ ଆନେ୍ଦାଳନ ଦରକାର ବୋଲି ମୋଦି କହିଥିଲେ ।
ବିଶ୍ୱରେ ବଢ଼ି ଚାଲିଥିବା ତାପମାତ୍ରା ଓ ଅଙ୍ଗାରକାମ୍ଳ ନିର୍ଗମନକୁ କିଭଳି ହ୍ରାସ କରିହେବ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇ ପାରିବ ସେଥିପାଇଁ ୨୦୨୦ ସୁଦ୍ଧା ପ୍ରତ୍ୟେକ ଦେଶକୁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଛି । ତେବେ କେଉଁ ଦେଶ ଏ ଦିଗରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଉପରେ ବ୍ୟାପକ ଭାବେ ଆଲୋଚନା କରିବା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁରେଟସଙ୍କ ପକ୍ଷରୁ ଏହି ଜଳବାୟୁ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ୬୩ ଦେଶର ପ୍ରତିନିଧି ଯୋଗଦେଇଛନ୍ତି । ପ୍ରଥମ ବକ୍ତା ଭାବେ ଗୁଟେରସ ଏଥିରେ ଉଦ୍ବୋଧନ ଦେଇଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦି ଚତୁର୍ଥ ବକ୍ତା ଭାବେ ଭାରତ ନେଉଥିବା ପଦକ୍ଷେପ ଓ ଆଭିମୁଖ୍ୟ ଉପରେ ମତ ରଖିଥିଲେ । ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ସରକାର, ସରକାରୀ ସଂସ୍ଥା, ଘରୋଇ ସଂସ୍ଥା, ନାଗରିକ ସମାଜର ଭାଗୀଦାରିତା ଉପରେ ବ୍ୟାପକ ଆଲୋଚନା ହୋଇଛି ।
ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଂକ୍ରାନ୍ତରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ । ସମସ୍ତଙ୍କୁ କିଭଳି ସହଜ ଓ ସୁବିଧାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ତାହା ଉପରେ ଏଥିରେ ବିସ୍ତୃତ ଆଲୋଚନା ହୋଇଛି । ଭାରତରେ କିଭଳି ଗରିବ ଲୋକମାନଙ୍କ ପାଇଁ ସରକାର ସ୍ୱାସ୍ଥ୍ୟସେବା ଯୋଜନା ପ୍ରଣୟନ କରିଛନ୍ତି ତାହା ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିଥିଲେ । ଏହା ପରେ ସେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲି, କାତାର ଶାସକ ତମିମ ବିନ ହମାଦ ଅଲ୍ ଥାନି, ନାଇଜର ରାଷ୍ଟ୍ରପତି ମହମ୍ମଦୌ ଇସୁଫୁ, ଇଟାଲୀ ପ୍ରଧାନମନ୍ତ୍ରୀ ଗୁଇସେପ୍ କୋଣ୍ଟେ ଓ ୟୁନିସେଫ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ହେନରିଟା ଏଚ୍ ଫୋରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପରେ ସେ ଆତଙ୍କବାଦ ଉପରେ ଆୟୋଜିତ ଏକ ବୈଠକକୁ ସମ୍ବୋଧନ କରିଥିଲେ । ଜୋର୍ଡାନ ରାଜା ଦ୍ୱିତୀୟ ଅବଦୁଲାଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିନ୍ଦା ଆର୍ଡର୍ଣ୍ଣ ଯୋଗଦେଇଥିଲେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ । ଏଥିସହ ଉଭୟ ନେତାଙ୍କ ପକ୍ଷରୁ କିଛି ବଡ ଘୋଷଣା ହେବାର ସମ୍ଭାବନା ରହିଛି । ଗତକାଲି ରାତିରେ ହୁ୍ୟଷ୍ଟନରେ ଆୟୋଜିତ ଐତିହାସିକ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନୁ୍ୟୟର୍କ ଗସ୍ତରେ ଯାଇଥିଲେ । ସେ ନୁ୍ୟୟର୍କର ଜେଏଫକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚôବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ସେ ତାଙ୍କର ରହଣୀସ୍ଥଳ ହୋଟେଲ ନୁ୍ୟୟର୍କ ପ୍ୟାଲେସ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ବହୁସଂଖ୍ୟକ ପ୍ରବାସୀ ଭାରତୀୟ ତାଙ୍କୁ ସ୍ୱାଗତ କରିଥିଲେ । ନୁ୍ୟୟର୍କରେ ସେ ୫ ଦିନଧରି ରହିବେ ଏବଂ ଏହି ସମୟ ଭିତରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।
Comments are closed, but trackbacks and pingbacks are open.