ସ୍କୁଲ ହତାଭିତିରୁ କୁମ୍ଭୀର ଉଦ୍ଧାର

Get real time updates directly on you device, subscribe now.

ବୌଦ୍ଧ : ସ୍କୁଲ ହତା ଭିତରେ କୁମ୍ଭୀର। ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ୧୭ ଦିନ ପରେ ଉଦ୍ଧାର ହୋଇଛି। ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବହିରା ଗାଁରେ।
ସ୍କୁଲର ପଛପଟରେ ଥିବା ନାଳରେ କୁମ୍ଭୀରଟି ବୁଲିଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କୀତ ହୋଇପଡ଼ିଥିଲେ। ହେଲେ ୧୭ ଦିନ ପରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯିବା ପରେ ମହାନଦୀରେ କୁମ୍ଭୀରଟିକୁ ଛାଡ଼ି ଦିଆଯାଇଛି। ହେଲେ ଏତେ ଦିନ ଯାଏ କିପରି କୁମ୍ଭୀରଟିକୁ କେହି କାହିଁକି ଉଦ୍ଧାର କଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons