ବ୍ଲକ ଓ ସବ୍ଡିଭିଜନ୍ରେ କ୍ୟାମ୍ପ କରିବ ପରିବହନ ବିଭାଗ:ମିଳିବ ଡ୍ରାଇଭିଂ ଲାଇସେନ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଅଫିସରୁ ଭିଡ଼ ହଟାଇବାକୁ ବିଚାର କରୁଛନ୍ତି ସରକାର । ଗ୍ରାମାଞ୍ଚଳର ଗାଡ଼ି ଚାଳକମାନଙ୍କୁ ସୁବିଧାରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାକୁ ଏଣିକି ବ୍ଲକ ଓ ସବ୍ଡିଭିଜନସ୍ତରରେ କ୍ୟାମ୍ପ କରିବ ପରିବହନ ବିଭାଗ । ଏ କ୍ୟାମ୍ପରେ ଲୋକମାନଙ୍କୁ ସୁବିଧାରେ ଲର୍ଣ୍ଣିଂ ଲାଇସେନସ୍ ପ୍ରଦାନ କରାଯିବ । ଏହାପରେ ଡ୍ରାଇଭିଂ ଟେଷ୍ଟ କରାଯାଇ ଡ୍ରାଇଭିଂ ଲାଇସେନସ୍ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନସ୍ ପାଇଁ ଆରଟିଓ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏପରିକି ଏ କ୍ୟାମ୍ପରେ ପ୍ରଦୂଷଣ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଉଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନସ୍ ପାଇଁ ଏବେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଡିସେମ୍ବର ପୂର୍ବରୁ ଗାଡ଼ି ମାଲିକ ଓ ଡ୍ରାଇଭରମାନେ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିପାଇଁ ୩ ମାସ ସମୟ ଦିଆଯାଇଛି । ତେଣୁ ଗ୍ରାମାଞ୍ଚଳର ଗାଡ଼ି ଚାଳକମାନେ ସୁବିଧାରେ ଲାଇସେନସ ପାଇବାକୁ ଏ କ୍ୟାମ୍ପ କରିବାକୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons