ଅସୁସ୍ଥ ମାଈ ହାତୀ ଠାବ

Get real time updates directly on you device, subscribe now.

ବାଙ୍କୀ: ନନ୍ଦନକାନନ ପରେ ଏବେ କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ଜଙ୍ଗଲରେ ପହଞ୍ଚିଲା ହରପିସ୍‌ ଭୂତାଣୁ ଆତଙ୍କ। ଏଠାରେ ଅସୁସ୍ଥ ଥିବା ମାଈ ହାତୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେଇଥିଲେ। ହାତୀର ଚିକିତ୍ସା ପାଇଁ ଆଜି OUAT ଓ ଆସାମରୁ ଆସିଥତ୍ବା ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ଅଧିକ ଚିକିିତ୍ସା ପରେ ଏହା ସ୍ପଷ୍ଟ ହେବ ବୋଲି ପିସିସିଏଫ୍ ହରିଶଙ୍କର ଉପାଧ୍ୟୟ ସୂଚନା ଦେଇଛନ୍ତି।
ଗତ ଦୁଇ ଦିନ ତଳେ ଏହି ଅଞ୍ଚଳରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ପଲରେ ୧୩ଟି ହାତୀ ଥିଲେ। ଏହି ଅସୁସ୍ଥ ହାତୀଟି ଚାଲିବାକୁ ଅକ୍ଷମ ହେବାରୁ ଅନ୍ୟମାନେ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି।
ଏନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି,“ଆମ ଡାକ୍ତରୀ ଟିମ୍‌ ସନ୍ଦେହ କରୁଛନ୍ତି ଯେ ହାତୀଟି ହରପିସ୍‌ ଭୁତାଣୁରେ ସଂକ୍ରମିତ ହୋଇଥାଇପାରେ। ହାତୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ହରପିସ୍‌ ଭୁତାଣୁ ଚିହ୍ନଟ ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ପଦ୍ଧତି ନାହିଁ। ଏଥିରେ ସଂକ୍ରମିତ ପ୍ରାଣୀକୁ ଅଲଗା କରି ରଖାଯାଉଛି। ଏହାପରେ ଭାରତ ଓ ଭାରତ ବାହାରେ ଥିବା ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି। ”
ସୂଚନା ଥାଉ କି, ଗତ ମାସକ ମଧ୍ୟରେ ହରପିସ୍ ଆକ୍ରାନ୍ତରେ ନନ୍ଦନକାନନରେ ୪ଟି ହାତୀ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons