ସ୍କୁଲରେ ପଶି ଶିକ୍ଷକଙ୍କୁ ଆକ୍ରମଣ:ଦୁଇ ଅଭିଯୁକ୍ତ ଅଟକ

Get real time updates directly on you device, subscribe now.

କର୍ଲାମୁଣ୍ଡା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାରେ ସ୍କୁଲ ଭିତରେ ପଶି ଶିକ୍ଷକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ଶିକ୍ଷକଙ୍କୁ ମାଡ଼ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ।
ସୂଚନାମତେ, କର୍ଲାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ବାଇକ୍ରେ ଦୁଇ ଜଣ ବ୍ୟକ୍ତି ପଶି ଆସି ରିଟନ୍ ନାଗ କିଏ ବୋଲି ପ୍ରଶ୍ନ କରିଥିଲେ । ପିଲାମାନେ କହିବା ପରେ ତନ୍ମଧ୍ୟରୁ ଜଣେ ବ୍ୟକ୍ତି ରିଟନ ନାଗଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ଆକ୍ରମଣକାରୀ ବ୍ୟକ୍ତି ଜଣକ ମୁହଁରେ ରୁମାଲ ବାନ୍ଧିଥିଲା । ଏହା ଦେଖି ଛାତ୍ରଛାତ୍ରୀ ଚିକ୍ରାର କରିବାରୁ ଅନ୍ୟ ଜଣେ ଶିକ୍ଷକ ଆସି ଅଭିଯୁକ୍ତ କବଳରୁ ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ । ସେତେବେଳେ ଉକ୍ତ ବ୍ୟକ୍ତି ଜଣକ ନିକଜୁ ଭିଜିଲାନ୍ସ ଏସ୍ଆଇ ବୋଲି ପରିଚୟ ମଧ୍ୟ ଦେଇଥିା ଜଣାପଡ଼ିଛି । କେବଳ ସେତିକି ନୁହେଁ ବ୍ୟକ୍ତି ଜଣକ ମାଡ଼ ମାରିବା ସହ ଉଭୟ ଶିକ୍ଷକଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ଓ ସ୍କୁଲ ପରିଚାଳନା ସମିତିର କର୍ମକର୍ତ୍ତା ମଧ୍ୟ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଆକ୍ରମଣ କାରୀଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ପୁଲିସକୁ ସୂଚନା ଦେଇଥିଲେ । ମ.ରାମପୁର ଥାନା ଓ କର୍ଲାମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି ଉକ୍ତ ଆକ୍ରମଣକାରୀଙ୍କୁ ନିଜ କବ୍ଜାକୁ ନେଇ ଯାଇଥିଲେ । ପୁଲିସକୁ ମଧ୍ୟ ସେହି ବ୍ୟକ୍ତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ମ.ରାମପୁର ଥାନାକୁ ନେଇ ପଚରା ଉଚୁରା କରୁଛି । କେଉଁ କାରଣରୁ ସେ ଶିକ୍ଷକଙ୍କ ଉପରେ ଆକ୍ରମଣ କାଲା ତାହା ସ୍ୱଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଶିକ୍ଷକ ଶ୍ରୀ ନାଗ ମଧ୍ୟ ଆକ୍ରମଣକାରୀ ଙ୍କୁ ଚିହ୍ନି ନଥିବା କହିଛନ୍ତି । ତେବେ ଦିନ ଦିପହରେ ବିଦ୍ୟାଳୟକୁ ପଶି ଶିକ୍ଷକଙ୍କୁ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ମାନେ ସ୍ଥାନୀୟ ଲୋକ ହୋଇନଥିବାରୁ ପରିଚୟ ଜଣାପଡିନାହିଁ । ତଦନ୍ତ ପରେ ରହସ୍ୟ ଖୋଲିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons