ଜଗତସିଂହପୁର: ଜଗତସିଂହପୁର ଥାନା ମରିଚାପଦା ଗ୍ରାମରେ ଅଘଟଣ । ପାଇଖାନା ଟାଙ୍କି ଫଲ୍ସ ଖୋଲୁଥିବା ବେଳେ ଶ୍ଵାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମରିଚାପଦା ଗ୍ରାମର ରାଜୁ ଭୋଇ ଓ ମଣ୍ଡା ସାହିର ପ୍ରକାଶ ବାରିକ ।
ସୂଚନାଯୋଗ୍ୟ ଯେ, ଆଜି ସକାଳୁ ମରିଚାପଦା ଗାଁର ବଳରାମ ପତିଙ୍କ ନୂଆ ଘରର ପାଇଖାନା ଟାଙ୍କି ଫଲ୍ସ ଖୋଲିବା ପାଇଁ ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ ଏହି ଦୁଇ ଜଣ । ମାତ୍ର ଟାଙ୍କି ମଧ୍ୟରୁ ଆଉ ବାହାରକୁ ବାହରି ପାରିନଥିଲେ । ମାତ୍ର କିଛି ସମୟ ପରେ ସେମାନେ ନ ବହାରିବାରୁ ପାଖରେ କାମ କରୁଥିବା ଲୋକେ ସେମାନଙ୍କୁ ବାହାରକୁ ବାହାର କରି ଜଗତସିଂହପୁର ମେଡିକାଲକୁ ଆଣିଥିଲେ । ମାତ୍ର ମେଡିକାଲରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.