କଲଭର୍ଟ ନିର୍ମାଣକୁ ନେଇ ବିବାଦ : କାମ ବନ୍ଦ କଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ

Get real time updates directly on you device, subscribe now.

ଫୁଲବାଣୀ : କଲଭର୍ଟ ନିର୍ମାଣକୁ ନେଇ ବିବାଦ । କଲର୍ଭଟ କାମ ପାଇବା ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ମହିଳା ଏସଏଚଜି ଗୋଷ୍ଠୀର ସଦସ୍ୟା ମାନେ କାମ ବନ୍ଦ କରିଦେଇଛନ୍ତି । ଘଟଣା ଘଟିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡିପାଜୁ ପଞ୍ଚାୟତ ଗଉଡପଡା-ପଣସପଦର ଅଞ୍ଚଳରେ ।ସେପଟେ ଆପୋଷ ବୁଝାମଣା କରାଯାଇ କାମ ପୁଣି ଆରମ୍ଭ ହେବ ବୋଲି ବିଡିଓ କହିଛନ୍ତି ।
ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡିପାଜୁ ପଂଚାୟତର ଗଉଡପଡା-ପଣସପଦର ରାସ୍ତାରେ ପ୍ରଶାସନ ପକ୍ଷରୁ ସଲିଡ୍ ଓ୍ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରକଳ୍ପ କରାଯିବା ଲାଗି ପ୍ରଶାସନ ନିଷ୍ପତି ନେବାପରେ ଏଠାରେ ଏକ ନାଳ ଉପରେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ କଲଭର୍ଟ ନିର୍ମାଣ କରାଯିବା ଲାଗି ଅର୍ଥ ମଂଜୁର ହୋଇଥିଲା କାମ ବି ଆରମ୍ଭ ହୋଇଥିଲା । କିନ୍ତୁ ଏହି କାମ କରିବାଲାଗି ଗଉଡପଡାର ସାଇଶକ୍ତି ଏସଏଚଜି ଆଗ୍ରହ ପ୍ରକାଶ କରି ବିଡିଓଙ୍କୁ ଦରଖାସ୍ତ କରିବା ପରେ ବିଡିଓ ଆଶ୍ବାସନା ଦେଇଥିଲେ ।ପରବର୍ତୀ ସମୟରେ ଅନ୍ୟ ଅଂଚଳର ଦୁଇଜଣ ଠିକାଦାର କାମ କରୁଥିବା ଦେଖି ଏସଏଚଜିର ମହିଳା ମାନେ କାର୍ୟ୍ୟସ୍ଥଳକୁ ଆସି ବିରୋଧ କରିବାସହ କାମ ବନ୍ଦ କରିଦେଇଛନ୍ତି । ଲାଞ୍ଚ କାରବାର କରି ଏହି ଠିକାଦାର କାମ ପାଇଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି ।
ଏନେଇ ଫୁଲବାଣୀ ବ୍ଲକ ବିଡିଓଙ୍କୁ ପଚାରିବାରୁ , କାହାରିକୁ ଠିକା ଦିଆଯାଇନାହିଁ , କାମଟି ବ୍ଲକର ଯନ୍ତ୍ରୀଙ୍କ ନାଁରେ ରହିଛି। ସେ କାମ କରୁଛନ୍ତି ବୋଲି କହିଛନ୍ତି । ବିରୋଧ କରୁଥିବା ମହିଳା ମାନଙ୍କୁ ବୁଝାସୁଝା କରି ପୁଣି ଅତିଶୀଘ୍ର କାର୍ୟ୍ୟ ଆରମ୍ଭ କରାଯିବ ବୋଲି ବିଡିଓ ସୁବ୍ରତ ଜେନା କହିଛନ୍ତି ।
ରାଜ୍ୟ ସରକାର ୫ଟି ଉପରେ ଗୁରୁତ୍ବ ଦେଉଥିବାବେଳେ ବ୍ଲକ ଗୁଡିକରେ ଏହାକୁ ଗୁରୁତ୍ବ ନଦେଇ ମନଇଛା କାର୍ୟ୍ୟ କରାଯାଉଥବା ଅଭିଯୋଗ ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons