ଭୁବନେଶ୍ବର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

Get real time updates directly on you device, subscribe now.

ଭୁବନେଶ୍ବର : ପ୍ରତିବର୍ଷ ପରି ଗାନ୍ଧି ଜୟନ୍ତୀରୁ ବିଜୁ ଜନତା ଦଳ ତରଫରୁ ଆଜିଠାରୁ ଆରମ୍ଭ ହୋଇଛି ପଦଯାତ୍ରା । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନୂଆ ଓଡିଶା ଗଠନ ପ୍ରତିଶ୍ରୁତି ନେଇ ଦଳ ଆଜିଠୁ ଆରମ୍ଭ କରିଛି ପଦଯାତ୍ରା ।
ଲୋକଙ୍କୁ ସରକାର ଯୋଜନା ଓ ଦଳର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯିବ। ଏହି ପଦଯାତ୍ରା ଦ୍ବାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ୟ୍ୟକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଦଳ ଯୋଜନା କରିଛି । ଏହାସହ ଅହିଂସାକୁ ସାମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ୧ ଲକ୍ଷ ଦସ୍ତଖତ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ଏହା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ୟ୍ୟନ୍ତ ଚାଲିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ପୁଣି ଥରେ ସରକାରକୁ ଆସିବାର ସୁଯୋଗ ଦେଇଥିବାରୁ ଲୋକଙ୍କ ନିକଟରେ ସେ ଋଣି । ଲୋକଙ୍କୁ ଭେଟିବା ପଦଯାତ୍ରା ଏକ ସୁଯୋଗ । ଲୋକଙ୍କ ସମସ୍ୟା, ସରକାରଙ୍କ ଭଲ କାମକୁ ଲୋକଙ୍କ ନିକଟରେ ପହଂଚାଅ।
ଜୀବନ ବିନ୍ଦୁ ଏକ ସଫଳ ରକ୍ତ ଆନ୍ଦୋଳନ ହୋଇପାରିଛି । ୩ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଗାନ୍ଧିଙ୍କ ତ୍ୟାଗ ଲୋକଙ୍କୁ ଜଣାଇବା ପାଇଁ ଏକ ଅଭିଯାନ ଆରମ୍ଭ ହେବ। ସମାଜ ସେବା ପାଇଁ ଯୁବକମାନେ ଆଗେଇ ଆସନ୍ତୁ ଏବଂ ଏହାକୁ ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons