କଟକ ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧି ସ୍ମୃତିପୀଠରୁ ବିଜେପି ପକ୍ଷରୁ ଗାନ୍ଧି ସଂକଳ୍ପ ପଦଯାତ୍ରା ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ବର : ବିଜେପି ପକ୍ଷରୁ ଦେଶବ୍ୟାପୀ ଗାନ୍ଧି ସଂକଳ୍ପ ପଦଯାତ୍ରା ଆରମ୍ଭ କରାଯାଉଛି । ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ଚାଲିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ୟ୍ୟକ୍ରମକୁ କଟକର ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧି ସ୍ମୃତି ପୀଠରୁ ଶୁଭାରମ୍ଭ କରିଛନ୍ତି ।
ପଦଯାତ୍ରା ଅବସରରେ ଗାନ୍ଧିଜୀଙ୍କ ବାର୍ତ୍ତା, ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସରଳ ଜୀବନଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି । ଏହି ପଦଯାତ୍ରା ଅକ୍ଟୋବର ୨୫ ଯାଏଁ ଚାଲିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons