ବାଣ ଭିଡ଼ା ବେଳେ ବିସ୍ଫୋରଣ

Get real time updates directly on you device, subscribe now.

ଭାପୁର,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଜାମୁସାହି ଗ୍ରାମରେ ବେଆଇନ୍ ଭାବେ ବାଣ ଭିଡ଼ା ଚାଲିଥିବା ବେଳେ ବିସ୍ପୋରଣ ଘଟି ଦୁଇ ଭାଇ ଆହତ ହୋଇଛନ୍ତି । ଜଣକ ଅବସ୍ଥା ସଂକଟାପନ୍ନ ରହିଛି । ବିସ୍ପୋରଣ ଏତେ ପ୍ରଚଣ୍ଡ ଥିଲା ଯେ ୪ବଖରା ନୂଆ ଛାତ ଘରର କାନ୍ଥ ଫାଟି ଯାଇଛି । ପାଖରେ ଥିବା ଏକ ଚାଳ ଘରର ଛପର ଉଡ଼ି ଯାଇଛି । ବିସ୍ଫୋରଣ ସ୍ଥାନରେ ଚଟାଣ ଫାଟି ଖୋଳି ହୋଇଯାଇଛି । ବିସ୍ଫୋରଣ ଶବ୍ଦ ଦୁଇ କିମି ଦୂରକୁ ଶୁଣା ଯାଇଥିବା ବେଳେ ଜାମିସାହି ସମେତ ଆଖପାଖ ଗ୍ରାମର ଲୋକେ ଭୟଭୀତ ହୋଇଯାଇଥିଲେ । ଗ୍ରାମବାସୀ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଭାପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଜଣେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣାରୁ ପ୍ରକାଶ, ବଡ଼ସହରା ପଞ୍ଚାୟତର ଜାମୁସାହି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ପୁଅ ମିଟୁ ନାୟକ (୩୨) ଓ ତ୍ରିଲୋଚନ ନାୟକ(୨୪) ଆଜି ସକାଳ ୮ଟା ବେଳେ ସେମାନଙ୍କ ନୂଆ ଛାତ ଘରେ ବୋମା(ବାହାଘର ଓ ଅନ୍ୟାନ୍ୟ ଉତ୍ସବରେ ଫୁଟା ଯାଉଥିବା ବୋମ୍ବାଜି) ଭିଡ଼ୁଥିଲେ । ଦୁଇ ଭାଇ ବୋମା ଭିଡ଼ୁଥିବା ବେଳେ ଅସାବଧାନତା ବଶତଃ ବିସ୍ଫୋରଣ ହୋଇଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ତ୍ରିଲୋଚନର ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ମୁହଁ ଗୁରୁତର ହୋଇଛି । ସେହିପରି ମିଟୁର ଗୋଡ଼ ଓ ଦେହର କିଛି ଅଂଶ ପୋଡ଼ି ଯାଇଛି ।
ବିସ୍ଫୋରଣ ଯୋଗୁ ବଡ଼ ଧରଣର ଶବ୍ଦ ହୋଇଥିବା ବେଳେ ବ୍ରଜବନ୍ଧୁଙ୍କ ୪ ବଖରା ନୂଆ ଛାତ ଘରର କାନ୍ଥ ଫାଟି ଯାଇଛି । ପାଖରେ ଥିବା ଏକ ଚାଳ ଛପର ଉଡ଼ି ଯାଇଛି । ବିସ୍ଫୋରଣ ସ୍ଥାନରେ ଚଟାଣ ଖୋଳି ହୋଇ ଫାଟି ଯାଇଛି । ଜାମୁ ସାହିରେ ଦୀର୍ଘଦିନ ହେଲା ବେଆଇନ୍ ଭାବେ ବାଣ ଭିଡ଼ା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଉନାହିଁ । ଫଳରେ ଏଭଳି ଅଘଟଣ ଘଟିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ଏ ସମ୍ପର୍କରେ ଫତେଗଡ଼ ପୁଲିସ ନିକଟରେ କୌଣସି ଖବର ନାହିଁ । ରାତି ୭ଟାରେ ଫୋନ୍ ଯୋଗେ ଥାନାଧିକାରୀ ନିରଞ୍ଜନ କିଶୋର ଧୀରଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏଭଳି ଏକ ବିସ୍ଫୋରଣ ଘଟିଛି କି ବୋଲି ସେ ବିସ୍ମୟ ପ୍ରକାଶ କରିବା ସହ ଓଲଟା ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons