ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ରାଜ୍ୟସ୍ତରୀୟ ସମାରୋହ:ସ୍ଥାପନ ହେବ ବିଶାଳ ପ୍ରତିମୂର୍ତ୍ତି, ନିର୍ମାଣ ହେବ ଗାନ୍ଧି ସର୍କିଟ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଗାନ୍ଧୀ ଐତିହ୍ୟ ସମ୍ବଳିତ ସ୍ଥାନଗୁଡ଼ିକର ଉନ୍ନତିକରଣ ସମେତ ଗାନ୍ଧୀ ସର୍କିଟ୍ ଯୋଜନାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ । ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହକୁ ଆହୁରି ଅଧିକ କାର୍ଯ୍ୟକ୍ରମ ଗ୍ରହଣ ସ୍ୱରୂପ ମହାତ୍ମାଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପିତ ହେବ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ଅନୁÂିତ ହୋଇଯାଇଛି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ । ପୂର୍ବାହ୍ନରେ ଜୟଦେବ ଭବନରେ ଆୟୋଜିତ ‘ଗାନ୍ଧୀ କଥା’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି ।
ସଭାରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରି ଗାନ୍ଧୀଙ୍କୁ ବିଶ୍ୱର ଅନ୍ୟତମ ବିଚକ୍ଷଣ ବ୍ୟକ୍ତିତ୍ୱ ଭାବରେ ଅଭିହିତ କରିଥିଲେ । ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଗାନ୍ଧୀଙ୍କୁ ସହସ୍ରାଦ୍ଧୀର ଶ୍ରେÂ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବିଦ୍ୱାନ ସତ୍ୟନାରାୟଣ ସାହୁ କହିଥିଲେ, ଆଜି ଶାନ୍ତି ପାଇଁ ନୋବେଲ ବିଜେତାମାନଙ୍କୁ ଦିଆଯାଉଥିବା ପ୍ରଶସ୍ତି ପତ୍ରରେ ଗାନ୍ଧୀ ଆଦର୍ଶ ଉଲ୍ଲେଖ ରହିଛି । ଅନେକ ବିଶ୍ୱବିଦ୍ୟାଳୟରେ ଗାନ୍ଧୀଙ୍କ ସମ୍ପର୍କରେ ଅଧିକ ଗବେଷଣା ଚାଲୁ ରହିଛି । ଚୀନରେ ପାଠ୍ୟପୁସ୍ତକଗୁଡ଼ିକରେ କନ୍ଫୁସିଅସ୍, ଲାଓସେ ଓ ମହାତ୍ମାଙ୍କ ବିଷୟରେ ପାଠ୍ୟ ରଖାଯିବାକୁ ସ୍ଥିର ହୋଇଛି ବୋଲି ଶ୍ରୀ ସାହୁ କହିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ ସଭାରେ ଅଧ୍ୟକ୍ଷତା କରି ବକ୍ତବ୍ୟ ରଖିଥିଲେ । ସଂସ୍କୃତି ନିଦେ୍ର୍ଧଶକ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ରାମଧୂନ ପରିବେଷଣ ସହ ଗାନ୍ଧୀଙ୍କ ଫଟୋରେ ସୂତ୍ରମାଳ ଅର୍ପଣ ପୂର୍ବକ ବୃକ୍ଷଚାରାରେ ଜଳଦାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଅପରାହ୍ଣରେ ଗୀତଗୋବିନ୍ଦ ସଦନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଉର୍ଦ୍ଧୁ ଏକାଡେମୀ ପକ୍ଷରୁ କବିତା ଓ ମୂଶୟାରା ପରିବେଷିତ ହୋଇଥିଲା । ସାହିତ୍ୟ ଏକାଡେମୀ ପ୍ରକାଶିତ ହୁସେନ ରବି ଗାନ୍ଧୀ ଓ ଇନ୍ଦିରା ଦାଶଙ୍କ ସମ୍ପାଦିତ ‘କବି ମାନସରେ ଗାନ୍ଧୀ’, ଡ. ଜୟନ୍ତୀ ରଥ ଓ ଶୀତେଶ ତ୍ରିପାଠୀଙ୍କ ସମ୍ପାଦିତ ‘ଗାନ୍ଧୀ କଥା ଓ କାହାଣୀ’, ଦାସ ବେନହୁର, ଅରବିନ୍ଦ ପଟ୍ଟନାୟକ ଓ ଚନ୍ଦ୍ରଶେଖର ହୋତାଙ୍କ ସମ୍ପାଦିତ ‘ଗାନ୍ଧୀ ବିବିଧତା: ଓଡ଼ିଶାରେ ଗାନ୍ଧୀ ଓ ଗାନ୍ଧୀଚର୍ଚ୍ଚା’ ତିନୋଟି ପୁସ୍ତକର ପ୍ରଥମ ଖଣ୍ଡ ଏବଂ ଅଧ୍ୟାପକ ଧନେଶ୍ୱର ମହାରଣାଙ୍କ ରଚିତ ‘ମୃଣ୍ମୟ ମହାତ୍ମା’ ଲୋକାର୍ପିତ ହୋଇଥିଲା । ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ବୈଷ୍ଣବ ଜନତୋ’ ସଙ୍ଗୀତରେ ଓଡ଼ିଶୀ ନୃତ୍ୟ ଏବଂ ସୁର୍ ଭାଇବ୍ରେସନ୍ର କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ପରିବେଷଣ କରାଯାଇଥିଲା ।
ଭୋର୍ରୁ ରାମଧୂନ ପରିବେଷଣ ସହ ସହର ପରିକ୍ରମା କରାଯାଇଥିଲା । ପରେ ବିଭିନ୍ନ ଶିକ୍ଷାନୁÂାନର ୫ହଜାରରୁ ଅଧିକ ବିଦ୍ୟାର୍ଥୀଙ୍କୁ ନେଇ ଆଚାର୍ଯ୍ୟ ବିହାରଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ସୁଦୀର୍ଘ ବିଶାଳ ମାନବଶୃଙ୍ଖଳ କରାଯାଇଥିଲା । ସମ୍ପୃକ୍ତ ଶିକ୍ଷାନୁÂାନର ମୁଖ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ୪୦୦ ସଂକୀର୍ତ୍ତନ କଳାକାର ଦୁଇଭାଗରେ ବିଭକ୍ତ କରାଯାଇ ‘ରଘୁପତି ରାଘବ ରାଜାରାମ’ ପରିବେଷଣ କରି ପଦଯାତ୍ରାରେ କରାଯାଇଥିଲା । ଏହି ଅବସରରେ ଗୀତଗୋବିନ୍ଦ ସଦନରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶିଳ୍ପୀ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୧୧ଟି ଚିତ୍ରକଳା ମହାବିଦ୍ୟାଳୟରୁ ୧୧ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ସମସ୍ତେ ଗାନ୍ଧୀଙ୍କ ଉପରେ ଚିତ୍ର ଆଙ୍କିଥିଲେ । ଶିଳ୍ପୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ବାପୁଙ୍କୁ ସ୍ମରଣ କରିଥିଲେ । ଏହାକୁ ଦୁଇଟି ବିଭାଗର ଅଧିକାରୀମାନେ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons