ଭୁବନେଶ୍ୱର: ଆତଙ୍କବାଦ ବିରୋଧରେ ଲଢିବ ଓଡ଼ିଶା ପୁଲିସ୍। କେମିତି ଆତଙ୍କବାଦ ମାମଲାର ତଦନ୍ତ ସହ ଏହାର ମୁକାବିଲା କରାଯିବ ସେନେଇ ଓଡ଼ିଶା ପୁଲିସ୍କୁ ଏନ୍ଆଇଏ ଡିଜି ତାଲିମ୍ ଦେବେ।
ଆଜି ଭୁବନେଶ୍ୱର ସ୍ଥିତ ପୁଲିସ୍ ଭବନରେ ଏହି ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଏନ୍ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଭୁବନେଶ୍ୱର ଆସିଛନ୍ତି। ଏନ୍ଆଇଏ ଆଇ.ଜି ମଧ୍ୟ ତାଙ୍କ ସହ ଆସିଛନ୍ତି। ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ଏନେଇ ଦଫା ଏବଂ ଆଇନରେ କ’ଣ ବ୍ୟବସ୍ଥା ରହିଛି ସେସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ। ଦେଶରେ ବଢ଼ୁଥିବା ଆତଙ୍କବାଦୀ କାର୍ୟ୍ୟକଳାପକୁ ଦୃଷ୍ଟିରେ ରଖି ଏହି ଟ୍ରେନିଂ ଦିଆଯିବ।
Comments are closed, but trackbacks and pingbacks are open.