ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁପୁତ୍ର

Get real time updates directly on you device, subscribe now.

ସୁକିନ୍ଦା,(ବି.ବି.ନୁ୍ୟଜ୍): ସୁକିନ୍ଦା ଥାନା ଆମ୍ପୋଳବା ପଞ୍ଚାୟତ ଡୁମାଝର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଶିଶୁ ପୁତ୍ର ପୋଖରୀରେ ଗାଧୋଉଥିବା ବେଳେ ଗଭୀର ଜଳରେ ବୁଡ଼ି ଯିବାରୁ ସେମାନଙ୍କର ପ୍ରାଣହାନି ଘଟିଥିଲା । ମୃତ ଦୁଇ ଶିଶୁପୁତ୍ର ହେଲେ ଡୁମାଝର ଗ୍ରାମର ବିଜୟ ମହାନ୍ତଙ୍କ ପୁଅ ଚିନ୍ମୟ(୯) ଓ ଯଶୋବନ୍ତ ମହାନ୍ତଙ୍କ ପୁଅ ସଂଜିତ(୯) ବୋଲି ପୁଲିସ ସୂଚନା ଦେଇଛି । ଦୁଇ ଶିଶୁ ପୁତ୍ରଙ୍କ ମୃତୁ୍ୟ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

୧୦ ମିନିଟ ତଳେ ଗାଁ ଦାଣ୍ଡରେ ଖେଳୁଥିବା ଦୁଇ ଶିଶୁ ପୁତ୍ରଙ୍କ ମୃତୁ୍ୟକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ଦୁଇ ଶିଶୁ ପୁତ୍ରକୁ ପୋଖରୀରୁ ଉଦ୍ଧାର କରି ପରିବାର ଲୋକେ ସୁକିନ୍ଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ମଧ୍ୟ ପରିବାର ସମେତ ଶତାଧିକ ଗ୍ରାମବାସୀ ଡାକ୍ତରଙ୍କ କଥାକୁ ବିଶ୍ୱାସ କରିନଥିଲେ । ଶିଶୁ ଦ୍ୱୟଙ୍କୁ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲକୁ ନେଇଥିଲେ । ସେଠାରେ ମଧ୍ୟ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ମରଶରୀରକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ଦାନଗଦୀ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପୁଲିସ ମୃତ ଶିଶୁଙ୍କ ମରଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଥିଲା ।
ସୂଚନା ମୁତାବକ ବିଜୟ ମହାନ୍ତଙ୍କ ପୁଅ ଚିନୁ ଓ ଯଶୋବନ୍ତଙ୍କ ପୁଅ ସଂଜିତ ସୁକିନ୍ଦାରେ ଏକ ଘରୋଇ ସ୍କୁଲ୍ରେ ଅଧ୍ୟୟନ କରୁଥିଲେ । ଗତକାଲି ପୂଜା ଛୁଟି ଘୋଷଣା ହେବା ଦୁଇ ସାଙ୍ଗ ଖୁସି ମନାଇଥିଲେ । ଆଜି ସକାଳେ ଗାଁ ଦାଣ୍ଡରେ ଖେଳିଥିଲେ । ଖେଳିସାରିବା ପରେ ଉଭୟ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେମାନେ ଘରକୁ ଫେରିବାରେ ବିଳମ୍ବ ହେବାରୁ ଚିନୁର ଅଜା ଖୋଜା ଖୋଜି କରିଥିଲେ । ପୋଖରୀ କୂଳରେ ଦୁଇ ହଳ ଚପଲ ରହିଥିଲେ ହେଁ ପିଲାମାନଙ୍କର ଦେଖା ମିଳିନଥିଲା । ସେ ପୋଖରୀ ଭିତରକୁ ଯାଇ ଖୋଜା ଖୋଜି କରିଥିଲେ । ଏହି ସମୟରେ ଜଣେ ଶିଶୁ ପାଣିରେ ଭାସି ଉଠିଥିଲା । ଏହା ପରେ ଚିନୁର ଅଜା ପାଟି କରି ଗାଁ ଲୋକଙ୍କୁ ଡାକ ଛାଡ଼ିଥିଲେ । ଗାଁ ଲୋକ ପହଞ୍ଚି ପୋଖରୀ ଭିତରେ ଖୋଜା ଖୋଜି କରି ଅନ୍ୟ ଜଣକୁ ଉଦ୍ଧାର କରିଥିଲେ । ଉଭୟଙ୍କ ଡାକ୍ତରଖାନା ନେବାରୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons