ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ପତ୍ନୀ

Get real time updates directly on you device, subscribe now.

ସ୍ୱାମୀଙ୍କୁବିନିକା,(ବି.ବି.ନୁ୍ୟଜ୍): ସାଧାରଣତଃ କାହାରି ମୃତୁ୍ୟ ହେଲେ ତା’ର ପୁଅ, ପୁତୁରା କିମ୍ବା ଝିଅ ମୁଖାଗ୍ନି ଦେବାର ସାମାଜିକ ରୀତିନୀତି ରହିଛି । ହେଲେ ପୁଅଝିଅ କିମ୍ବା ଭାଇବନ୍ଧୁ ନଥିବା ଜଣେ ଅସହାୟଙ୍କ ମୃତୁ୍ୟ ପରେ ଆଜି ନିଜ ପତ୍ନୀ ସ୍ୱାମୀଙ୍କ ଶବରେ ମୁଖାଗ୍ନି ଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛିି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ।
ସୂଚନାମତେ ଗତ ତିନିଦିନ ତଳେ ତମାମୁରା ଗାଁର ଚନ୍ଦ୍ରମଣି ଭୁଏ(୬୨) କେନାଲକୁ ଗାଧୋଇବାକୁ ଯାଇଥିଲେ । ତେବେ ସେଠାରୁ ସେ ଆଉ ଘରକୁ ଫେରି ନଥିଲେ । ଏଣେ ସ୍ୱାମୀ ଘରକୁ ଫେରି ନଥିବାରୁ ପତ୍ନୀ ପାର୍ବତୀ ବ୍ୟତିବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ସନ୍ଧାନ ପାଇନଥିଲେ । ଶୁକ୍ରବାର ଚନ୍ଦ୍ରମଣିଙ୍କ ମୃତଦେହ କେନାଲରେ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଗାଁ ଲୋକଙ୍କଠାରୁ ପାବର୍ତୀ ସୂଚନା ପାଇ ଡୁଙ୍ଗୁରିପାଲି ପୁଲିସକୁ ଜଣାଇଥିଲେ । ଡୁଙ୍ଗୁରିପାଲି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଥିଲା । ବ୍ୟବଚ୍ଛେଦ ପରେ ପାର୍ବତୀଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ହେଲେ ତାଙ୍କର ପୁଅଝିଅ, ବନ୍ଧୁ ପରିଜନ କେହି ନଥିବାରୁ ପାର୍ବତୀ ବିନିକା ପାପକ୍ଷୟ ନିକଟ ଶ୍ମଶାନ ଘାଟରେ ସ୍ୱାମୀଙ୍କୁ ମୁଖାଗ୍ନି ଦେବା ପରେ ଦାହ ସକ୍ରାର ହୋଇଥିଲା । । ଶବସକ୍ରାର ବେଳେ ତମାମୁରା ସରପଞ୍ଚ ପଞ୍ଚାନନ ବରିହାଙ୍କ ସହ ଗାଁର ପରେଶ ପଧାନ, ଜଗଦୀଶ ବାରିକ, ପ୍ରକାଶ ପାଣ୍ଡେ, ଶେଷଦେବ ପୋଢ, ସୁରେନ୍ଦ୍ର ରାବଣ, ବୃଷଭ ଭୋଇ, ବିଶ୍ୱ ବାରିକ ପ୍ରମୁଖ ସହଯୋଗ କରିଥିଲେ । ମୁଖାଗ୍ନି ଦେଲେ ପତ୍ନୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons