ଲୁହା ଉପôାଦନରେ ଯାଜପୁର ଦେଶର ନେତୃତ୍ୱ ନେବ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଛତିଆ,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ହ୍ୟାଣ୍ଡ୍ବଲ ଆସୋସିଏସନର ରୌପ୍ୟ ଜୟନ୍ତୀ ସମାରୋହ ଛତିଆସ୍ଥିତ ହାଡ଼ିଦାସ ମହାବିଦ୍ୟାଳୟ ପରିସରରେ ଅନୁÂିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସର୍ବଭାରତୀୟ ହ୍ୟାଣ୍ଡ୍ବଲ ଟୁର୍ଣ୍ଣାମେଣ୍ଟର ଉଭୟ ମହିଳା ଓ ପୁରୁଷ ବର୍ଗର ଫାଇନାଲ ମ୍ୟାଚ୍ ଅନୁÂିତ ହୋଇଥିଲା । ଫାଇନାଲ୍ ମ୍ୟାଚର ମହିଳା ବର୍ଗରେ ଆନ୍ଧ୍ରପ୍ରଦେଶ ଓ ପୁରୁଷ ବର୍ଗରେ କେନ୍ଦୁଝର ଟିମ୍ ଚାମ୍ପିଅନ ହୋଇଥିଲା । ସେହିପରି ମହିଳା ବର୍ଗରେ ଜଗତସିଂହପୁର ଓ ପୁରୁଷ ବିଭାଗରେ ଝାଡ଼ଖଣ୍ଡ ଟିମ୍ ରନର୍ସ ଅପ୍ ହୋଇଥିଲା । ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଉଭୟ ବର୍ଗର ଚାମ୍ପିଅନ୍ ଓ ରନର୍ସଅପ୍ ଟିମ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ ।
ଭାରତରେ ପ୍ରତିବର୍ଷ ପ୍ରାୟ ଦେଢ଼ ଶହ ମିଲିୟନ ମେଟ୍ରିକ୍ ଟନ୍ ଲୁହା ଉପôାଦନ ହେଉଛି । ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଥିବା ବିଭିନ୍ନ ଇସ୍ପାତ ପ୍ରକଳ୍ପ ଦେଶର ମୋଟ ଇସ୍ପାତ ଉପôାଦନର ଏକ ବଡ଼ଭାଗ ଉପôାଦନ କରୁଛନ୍ତି । ଆଗାମୀ ୧୦ ବର୍ଷ ଭିତରେ ଭାରତରେ ବାର୍ଷିକ ୩ଶହ ମିଲିୟନ ମେଟ୍ରିକ ଟନ୍ ଲୁହା ଉପôାଦନ ହେବ । ଯାଜପୁର ଜିଲ୍ଲାର କଳିଙ୍ଗନଗର ଏଥି ମଧ୍ୟରୁ ୩୦ମିଲିୟନ ମେଟ୍ରିକ୍ ଟନ ଲୁହା ଉପôାଦନ ସହ ୧ନଂ ସ୍ଥାନରେ ରହିବ । ଏଥିସହ ଇସ୍ପାତ କ୍ଷେତ୍ରରେ ଅଭିବୃଦ୍ଧି ସହ ଏହି ଅଞ୍ଚଳରେ ଆନୁସଙ୍ଗିକ ଶିଳ୍ପ ମଧ୍ୟ ବୃଦ୍ଧି ପାଇବ । ସ୍ଥାନୀୟ ବ୍ୟବସାୟ ସହ ଓଡ଼ିଶାର ଅର୍ଥନୀତି ତଥା ରାଜସ୍ୱ ମଧ୍ୟ ଏହା ଦ୍ୱାରା ବୃଦ୍ଧି ପାଇବ । ତେଣୁ ଲୁହାପଥର ଉପôାଦନ କ୍ଷେତ୍ରରେ ଯାଜପୁର ରାଜ୍ୟ ଓ ଦେଶର ନେତୃତ୍ୱ ନେବ । ଭାରତରେ ଅନେକ ପ୍ରଧାନମନ୍ତ୍ରୀ କ୍ଷମତା ଆରୋହଣ କରିଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କର ପ୍ରାଥମିକତାରେ ପୂର୍ବ ଭାରତ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି ।
ସମାରୋହରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛତିଆବଟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସାଧାରଣ ଜନତା ଓ ଖେଳାଳିମାନେ ବିରାଟ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ହାଡ଼ିଦାସ ମହାବିଦ୍ୟାଳୟ ପଡ଼ିଆସ୍ଥିତ ସଭାସ୍ଥଳକୁ ପାଛୋଟି ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ପ୍ରଧାନ କ୍ରୀଡ଼ାବିତ୍ମାନଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons