କେନ୍ଦ୍ରାପଡ଼ାରେ ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ୍:ୱାର୍ଡ ବୁଲି ସ୍ୱାସ୍ଥ୍ୟସେବା ପରଖିଲେ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ମେଡିକାଲକୁ ଆସୁଥିବା ସମସ୍ତ ରୋଗୀଙ୍କୁ ଉତ୍ତମ ସେବା ଯୋଗାଅ । କେହି ଯେମିତି ଚିକିତ୍ସା ସେବାରୁ ବଞ୍ଚôତ ନହୁଅନ୍ତି । କୌଣସି କଥାରେ ଯେମିତି ତ୍ରୁଟିବିଚୁ୍ୟତି ନଘଟେ । ମେଡ଼ିକାଲ ହେଉ ଅବା ପାଥୋଲ୍ୟାବ୍, ଯେଉଁମାନେ ବି ଆସୁଛନ୍ତି ସେମାନଙ୍କୁ ସମୟ ଉପଯୋଗୀ ସେବା ଯେମିତି ମିଳେ । ଏଥିରେ ଖିଲାପ କଲେ ଆଦୌ ବରଦାସ୍ତ କରାଯିବନି । ଡାକ୍ତର ହୁଅନ୍ତୁ ଅବା ନର୍ସ ନହେଲେ ମେଡିକାଲ୍ କର୍ମଚାରୀ, କେହି ଦଣ୍ଡରୁ ବର୍ତ୍ତିବେନି । ଏମିତି ଚେତାବନୀ ସହ ସବୁ ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କୁ ଉତ୍ତମ ବ୍ୟବହାର ଦେଖାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ୍ । ସିଡିଏମ୍ଓ ଉର୍ମିଳା ମିଶ୍ରଙ୍କୁ ବି ସେ ତାଗିଦ କରିଛନ୍ତି, କୌଣସି ମୁହୂର୍ତ୍ତରେ ଯେମିତି ରୋଗୀସେବା ପ୍ରଭାବିତ ନ ହୁଏ ।
ଏଥିସହିତ ଶାମାଗୁଡ଼ିଆଠାରେ ନିର୍ମାଣାଧୀନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ କ୍ୟାମ୍ପସ୍ର ନିର୍ମାଣ କାମ ଆସନ୍ତା ୪ ମାସ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ । କିଛି ନହେଲେ ବି ଚାରିଟି ଭିତରୁ ଗୋଟିଏ କ୍ଲକର କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ମଙ୍ଗଳବାର ସକାଳ ପ୍ରାୟ ୧୦ଟା ୧୦ରେ ଶ୍ରୀ ପାଣ୍ଡିଆନ ପହଞ୍ଚôଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟାଳୟରେ । ସେଠାରୁ ପ୍ରଥମେ ଯାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ମେଡିକାଲକୁ । ମେଡିକାଲରେ ପହଞ୍ଚô ରୋଗୀମାନଙ୍କ ମତାମତ ସଂଗ୍ରହ କରିଥିଲେ କେମିତି ମିଳୁଛି ସ୍ୱାସ୍ଥ୍ୟସେବା । ଏପରିକି ବିଭିନ୍ନ ୱାର୍ଡକୁ ଯାଇ ରୋଗୀଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । କ’ଣ କେମିତି ଚାଲିଛି ସ୍ୱାସ୍ଥ୍ୟସେବା, ମେଡିକାଲରେ ମିଳୁଥିବା ସ୍ୱାସ୍ଥ୍ୟସେବା, ସୁବିଧା ଠିକ୍ଠାକ୍ ଅଛି କି ନାହିଁ ମତାମତ ବି ସଂଗ୍ରହ କରିଥିଲେ । ବିଭାଗ ଦାୟିତ୍ୱରେ ଥିବା ଡାକ୍ତର ନିର୍ଦ୍ଧାରିତ ସମୟରେ ଆସି ଚେକ୍ଅପ୍ କରୁଛନ୍ତି କି ନାହିଁ, ନିରାମୟ ଯୋଜନାରେ ମାଗଣାରେ ମିଳୁଥିବା ଔଷଧ ଆଦି ରୋଗୀମାନଙ୍କୁ ମିଳୁଛି ନା ଏଥିରେ ଆଉ କିଛି ଅଭାବ, ଅସୁବିଧା ରହିଯାଇଛି ତାହାର ତଦନ୍ତ କରିଥିଲେ । ପରେ ପ୍ରସୂତି, ଭେଷଜ ଏବଂ ଚକ୍ଷୁ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଥିଲେ ।
୫ଟି ସଚିବ ଶ୍ରୀ ପାଣ୍ଡିଆନ ଚକ୍ଷୁ ବିଭାଗ ପରିଦର୍ଶନ କରିସାରିବା ପରେ ସେଠାରୁ ଯାଇଥିଲେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜିଉ ମନ୍ଦିରକୁ । ସେଠାରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ । ମନ୍ଦିର ଉନ୍ନୟନ ଲାଗି ପ୍ରଶାସନ ଦେଇଥିବା ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ବାବଦରେ ସେ ପ୍ରଶାସନ ସହ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀବଳଦେବଜିଉ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଅଞ୍ଚଳର ଉନ୍ନୟନ ଲାଗି ୯ କୋଟି ଟଙ୍କା ବ୍ୟୟ ଅଟକଳ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ପୁଣି ପୂର୍ବରୁ ମଞ୍ଜୁର ହୋଇଥିବା ଅର୍ଥରେ କେତେ କାମ ଆଗଇଛି ସେ ନେଇ ବି ପଚାରି ବୁଝିଥିଲେ । ତା’ପରେ ସେଠାରୁ ସିଧା ଯାଇଥିଲେ ଶାମାଗୁଡ଼ିଆଠାରେ ନିର୍ମାଣାଧୀନ ନୂଆ ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସକୁ । ଯେଉଁଠାରେ ୧୧୦ କୋଟି ଟଙ୍କା ବ୍ୟୟରେ ମୁଖ୍ୟ ହସ୍ପିଟାଲ ସହିତ ଏକକାଳୀନ ୪ଟି ବ୍ଳକ୍ ନିର୍ମାଣ କରାଯାଉଛି । ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିଲେ ବି ଅଦ୍ୟାବଧି ୩୦ ପ୍ରତିଶତ କାମ ଶେଷ ହୋଇପାରିନି । ସେଠାରେ ପହଞ୍ଚô ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାଗିଦ କରିବା ସହ ଆସନ୍ତା ୪ ମାସ ମଧ୍ୟରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ । ଅତି କମ୍ରେ ଗୋଟିଏ ବ୍ଲକ କାମ ସାରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ଆଜି ଶ୍ରୀ ପାଣ୍ଡିଆନ ଆସୁଛନ୍ତି ବୋଲି ଜଣାପଡିବା ପରେ ରାତାରାତି ବଦଳି ଯାଇଥିଲା ପୂରା କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲର ଚେହେରା । ହସ୍ପିଟାଲ ବିଲ୍ଡିଂ ରଙ୍ଗ ବଦଳିଯିବା ସହ ପାର୍କିଂ, ଜଳ, ପରିମଳ, ଡ୍ରେନେଜ, ରାସ୍ତା, ପରିଷ୍କାର ପରିଚ୍ଛନ୍ନତା ଅବ୍ୟବସ୍ଥା ସବୁ ସୁଧୁରି ଯାଇଥିଲା । ଯେମିତି ଏକଜୁଟ୍ ହୋଇଯାଇଥିଲା ପୂରା ପ୍ରଶାସନ । ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା ମେଡିକାଲ ପରିଦର୍ଶନ କରି ୩ ଡାକ୍ତରଙ୍କ ସମେତ ମୋଟ ୪ ଜଣଙ୍କର ଦରମା ବନ୍ଦ କରିଥିଲେ । ନିରାମୟ କେନ୍ଦ୍ରରେ ଔଷଧ ନପାଇ ରୋଗୀ ଫେରୁଥିବାର ଅଭିଯୋଗ ପାଇ ଷ୍ଟୋର କିପରଙ୍କ ଦରମା ବନ୍ଦ କରିବା ସହ ନିରାମୟ କେନ୍ଦ୍ରର ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନ୍ଆରଏଚ୍ଏମ୍) ସଚିବ ଶାଲିନୀ ପଣ୍ଡିତ, ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମ୍ଓ ଡାକ୍ତର ଉର୍ମିଳା ମିଶ୍ର, ଅତିରିକ୍ତ ଏସ୍ପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons