{ ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ } : ଅନ୍ୱେଷା ହଷ୍ଟେଲ ରେ ଛାତ୍ର ଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ହିଆଁଲ ସ୍ଥିତ ଅନ୍ବେଷା ହଷ୍ଟେଲର ଛାତ୍ର ନିବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଛି । ଛାତ୍ର ଜଣକ ପାଟଣାଗଡ଼ ଉପଖଣ୍ଡ ବେଲପଡା ଅଞ୍ଚଳର ହୋଇଥିବା ବେଳେ ଅନ୍ୱେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜି ସ୍ଥିତ ଲାୟନ୍ସ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।ନୂଆଁଖାଇ ଛୁଟିରେ ଗାଁ କୁ ଯାଇଥିବା ବେଳେ ଗତ ୩ ତାରିଖ ଦିନ ହଷ୍ଟେଲ କୁ ଆସିଥିଲେ। ଶନିବାର ଦିନ ଛାତ୍ର ଜଣକର ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ।ହଷ୍ଟେଲ କତ୍ତୃପକ୍ଷ କଣ୍ଟାବାଞ୍ଜି ଥାନାରେ ସୂଚନା ଦେବା ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଖବର ଦେବା ପରେ ମୃତ ଛାତ୍ର ଙ୍କ ମାଆ ହଷ୍ଟେଲ କୁ ପହଁଚିଛନ୍ତି। କେଉଁ କାରଣରୁ ଛାତ୍ର ଆତ୍ମହତ୍ୟା କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.