{ ସମ୍ବଲପୁରରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡା ର ଓରାମପଡା ରେ ଆଜି ସକାଳୁ ହତ୍ୟାକାଣ୍ତ ଘଟିଛି l ଓରାମପଡା ରେ ସେହି ପଡ଼ାର ଜଣେ ଯୁବକ କୁ ଅତି ନିର୍ମମ ଭାବରେ ଧରୁଆ ଅସ୍ତ୍ରରେ ହଣା ଯାଇଛି l ପ୍ରାଣ ବିକଳରେ ବଞ୍ଚିବା ପାଇଁ ଯୁବକ ଜଣକ ଦୌଡ଼ି ଦୌଡ଼ି ନିଜ ଜୀବନ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ବେଳେ ଯୁବକଙ୍କ ରକ୍ତ ହତ୍ୟା ହୋଇଥିବା ସ୍ଥାନର ଚାରିଆଡେ ପଡ଼ିଥିବା ଦେଖିବାକୁ ମିଳିଛି l ହତ୍ୟା ହୋଇଥିବା ଯୁବକ ଜଣକ ହେଲେ ଏମଡି ରିଙ୍କୁ l ତେବେ ପଡ଼ାର ନିଶା କାରବାରକୁ ନେଇ ଯୁବକଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଭୁତାପଡା ଡାକ୍ତର ନାରାୟଣୀ ପଣ୍ଡା ଗଳି ନିକଟ ଓରାମପଡା ରେ ଥିବା ମଦ ଭାଟିରେ ଆଜି ସକାଳୁ କୌଣସି କାରଣ ନେଇ ରିଙ୍କୁ କୁ କିଛି ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ପରେ ଖବର ପାଇଁ ପରିବାର ଲୋକେ ରିଙ୍କୁ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ପରେ ଡାକ୍ତର ରିଙ୍କୁ ଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ବିଷୟରେ ଧନୁପାଲି ପୋଲିସ କୁ ଖବର ଦେବା ପରେ ଧନୁପାଲି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ନେଇ ସୂଚନା ରହିଛି l ଏହି ବିଷୟ ନେଇ ପୋଲିସ ଅତିରିକ୍ତ ଏସପି ଶ୍ରୀମନ୍ତ ବାରିକ ଙ୍କୁ ପଚରା ଯିବାରୁ ଘଟଣାର ତଦନ୍ତ କରାଯାଉଛି ବୋଲ କହିଥିଲେ l
Comments are closed, but trackbacks and pingbacks are open.