{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ବିଶ୍ଵ ଏଡ଼ସ୍ ଦିବସ ଉପଲକ୍ଷେ କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜର ରେଡ ରିବନ୍ କ୍ଲବ୍ ତରଫରୁ ସେଛାସେବୀ ମାନଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା କେଶାଇବାହାଲ ସହର ପରିକ୍ରମା କରାଯାଇଥିଲା । ରେଡ ରିବନ୍ କ୍ଲବ୍ ସ୍ବେଚ୍ଛାସେବୀମାନେ ଶୋଭାଯାତ୍ରାରେ ଯାଇ ସହରର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ରେଡ୍ ରିବନ୍ ଦେବା ସହିତ ରୋଗର ଭୟାବହତା ବିଷୟରେ ବୁଝାଇଥିଲେ । ଅଧ୍ୟକ୍ଷ ଦୟା ସାଗର ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଏଡସ୍ ଭଳି ଦୁରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ସଚେତନ ହେବା ସହିତ ବିଶ୍ଵ ଏଡସ୍ ଦିବସରେ ଏହାର ସଂକଳ୍ପ ନେବା ପାଇଁ ପରାମର୍ଶ ଦେଇଥିଲେ । ରେଡକ୍ରସ କାଉନସିଲର ହରେଶ କୁମାର ସାହୁ ରେଡ ରିବନ୍ କ୍ଲବ୍ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇ ଥିଲେ l ନିଜ ବକ୍ତବ୍ୟରେ ଏଡସ୍ ରୋଗୀଙ୍କ ପାଇଁ ସମାଜରେ ଏବେ ବି ଅନେକ ଭୁଲ ଧାରଣା ରହିଥିବା ଓ ଏହି ରୋଗ ବିଷୟରେ ସଠିକ୍ ମାର୍ଗ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଜୀବ ବିଜ୍ଞାନ ମୁଖ୍ୟ ବିନୋଦ ବିହାରୀ ପୃଷେଠ ମୁଖ୍ୟ ବକ୍ତାଭାବେ ଶୃଙ୍ଖଳିତ ଜୀବନ ହିଁ ଏଡ଼ସରୁ ରକ୍ଷା ପାଇବାର ଏକମାତ୍ର ବିକଳ୍ପ ବୋଲି ମତ ରଖୁଥୁବାବେଳେ ରୋଗୀ ଠାରୁ ନୁହେଁ ରୋଗରୁ ଦୂରରେ ରହିବା ଆବଶ୍ୟକ ବୋଲି କହି ଥିଲେ। ଏଡସ୍ ଦିବସ ଉପଲକ୍ଷେ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଓ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଯୁବ ରେଡକ୍ରସ କାଉନସିଲର ହରେଶ ସାହୁ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଆଠ ହଜାର ଟଙ୍କା ପ୍ରଦାନ କରାଯାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed, but trackbacks and pingbacks are open.