ଅଙ୍ଗନବାଡ଼ି କର୍ମୀଙ୍କ ମନମାନିରେ ଅତିଷ୍ଠ ହୋଇ କେନ୍ଦ୍ରରେ ତାଲା ପକାଇଲେ ଉତ୍ତ୍ୟକ୍ତ ମହିଳା

Get real time updates directly on you device, subscribe now.

ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ମନ ଇଚ୍ଛା ଅଙ୍ଗନବାଡ଼ି କୁ ଆସୁଛନ୍ତି ।ଶିଶୁ ମାନଙ୍କୁ ସଠିକ୍ ଖାଦ୍ୟ ଦେଉନାହାନ୍ତି । କମ୍ ପିଲା ଆସିବା ଦିନ ମାନଙ୍କରେ ରୋଷେଇ ନକରି ବିସ୍କୁଟ ଗୋଟିଏ ଗୋଟିଏ ଧରେଇ ଦେଉଛନ୍ତି । ଅଙ୍ଗନବାଡ଼ି ରେ ରୋଷେଇ ନକରି ଘରେ ରୋଷେଇ କରି ଆଣୁଛନ୍ତି ।ଆଉ ଚଳିବନି ଏଭଳି ଅଙ୍ଗନବାଡ଼ି କର୍ମୀଙ୍କ ମନମାନି । ଆମେ ଖୋଲିଦେବୁ ଏମାନଙ୍କ ଅସଲ ମୁଖା । କିଭଳି ଭଣ୍ଡାଉଛନ୍ତି କୁନି କୁନି ପିଲାମାନଙ୍କୁ । ହଁ ଆଜ୍ଞା ଏକଥା ଆମେ କହୁନୁ, ଏଭଳି ଅଭିଯୋଗ ଆଣି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଏଇ ମହିଳା ମାନେ । ପୁରୀ ଜିଲ୍ଲା କାକଟପୁର ବ୍ଲକ ର ସୁହାଗପୂର୍ ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଛି ଏଭଳି ଦୃଶ୍ୟ | ଯାହାକି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ମନମାନି କରୁଛନ୍ତି ଏବଂ କହିବାରୁ ଏମାନେ ନାଲି ଆଖି ଦେଖୋଉଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons