{ ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ } : କଫ ସିରପ ଚାଲାଣ ବେଳେ ଧରିଲା ଟାଉନ ପୋଲିସ । ୨୦୦ ବୋତଲ କଫ ସିରପ ଜବତ । ଜଣେ ଗିରଫ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସଡିପିଓ । ଗିରଫ ଅଭିଯୁକ୍ତ ହେଲା ଗେଟ ସରୋବର ପଡ଼ାର ସୁନୀଲ ବଛା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସୁନୀଲ ଓ ତାର ଅନ୍ୟଜଣେ ସହଯୋଗୀ ଏକ ସ୍କୁଟି ରେ କଫ ସିରପ ଚାଲାଣ କରୁଥିବା ଖବର ପାଇଥିଲା । କଦମ ପଡ଼ାରେ ସେମାନଙ୍କୁ ଧରି ଗାଡ଼ି ଯାଞ୍ଚ କରିବାରୁ କଫ ସିରପ ରହିଥିବା ଦେଖିବାକୁ ମିଳିଥିଲା । ଗାଡ଼ି ଓ କଫ ସିରପ କୁ ଜବତ କରି ଅଭିଯୁକ୍ତ କୁ ଧରି ଟାଉନ ଥାନା କୁ ଅଣାଯାଇଥିଲା । ଜବତ କଫ ସିରପର ଆନୁମାନିକ ବଜାର ମୂଲ୍ୟ ୬୦ ରୁ ୭୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି । ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ ଡି ପି ଓ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.