ଚୋରା ବ୍ରାଉନ ସୁଗାର କାରବାରରେ ଆଉ ୨ଜଣଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ } : ବିଶେଷ କରି ଆଜିର ଯୁବପିଢ଼ି ନିଶା କବଳରେ ବଶୀଭୂତ ହୋଇ ନିଜର ସୁନ୍ଦର ଭବିଷ୍ୟତକୁ ନଷ୍ଟ କରୁଛନ୍ତି।ଯାହା ଫଳରେ ସେମାନଙ୍କ ପରିବାରରେ ସଦାସର୍ବଦା ଅଶାନ୍ତି ଲାଗି ରହିଛି। ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟା ସମୟରେ ଭଞ୍ଜନଗର ଥାନା ଏସ.ଆଇ ସମୀର କୁମାର ସେଠି ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଶାଳୁଆ ପଲି ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗୋଟିଏ ସ୍କୁଟିରେ ଯାଉଥିବା ୨ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକାଇଥିଲେ। ସେମାନଙ୍କ ନିକଟରୁ ବ୍ରାଉନସୁଗାରର ଗନ୍ଧ ବାହାରିବାରୁ ତଲାସୀ ନେବାରେ କିଛି ବ୍ରାଉନସୁଗା Įଗାର ମଧ୍ୟ ବାହାରିଥିଲା।ସେସବୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ପସ୍ଥିତିରେ ଓଜନ କରିବା ସମୟରେ ୫୧.୭୪ ଗ୍ରାମ ବ୍ରାଉନସୁଗାର ସହ ଓ ଓଡ଼ି ୦୭ ଏଏକ୍ସ ୮୦୩୧ ନମ୍ବର ଥ‌ିବା ଗୋଟିଏ ସ୍ମୃଟି, ନଗଦ ୨୭୦୦ ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ମିଳିଥିଲା।ତଦନୁ ବେଳେ ଏମାନେ ଚୋରା ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତି ଥିବା ଜଣାପଡ଼ିଛି।ସେମାନେ ହେଲେ ଭଞ୍ଜନଗର ବେଜିପୁଟ ଗ୍ରାମର ଓମ୍ ପ୍ରକାଶ ସ୍ବାଇଁ ଏବଂ ଖଲିକୋଟର ଚନ୍ଦନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଭଞ୍ଜନଗର ଥାନା କେସ ନଂ ୧୬୬/୨୬ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons