{ ବରଗଡ଼ରୁ ଗୌର ସାହୁଙ୍କ ରିପୋର୍ଟ } : ଅମ୍ବାଭୋନା ଓ ଭଟଲି ବ୍ଲକ ମିଲିତ ସ୍ଥଳ ମାଁ ଘଣ୍ଟେଶ୍ଵରୀ ପୀଠ ଠାରେ ଚୈତ୍ର ପୂର୍ଣାମା ଉପଲକ୍ଷେ ଚଣ୍ତିପାଠ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଛତିଶଗଡ ସାରଙ୍ଗଗଡ ବିଲେଇଗଡ ଜିଲ୍ଳା ସରିଆ ନିବାସୀ ଦେବେନ୍ଦ୍ର ପଧାନ ସପତ୍ନି ତପସ୍ବନୀ ପଧାନ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିବା ବେଲେ ଦିଲ୍ଳିପ ଦାଶ, ଗୌର ପଣ୍ତା ଓ ନିରଞ୍ଜନ ପୂଜାରୀ ପୂଜାପାଠ କରିଥିଲେ। ସେଠାରେ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକ ର ସାହସବଗା ଗ୍ରାମ ର ଦାସକାଠିଆ କଳା ର ଗାୟକ ଗୌରହରି ଖମାରୀ ଓ ତାଙ୍କ ସହଯୋଗୀ କଳାକାର ଇଶ୍ବର ଭୋଇ, ବିପ୍ର ଗଡୁଆଲ ପ୍ରମୁଖ ଦାସକାଠିଆ ପରିବେଷଣ କରିଥିଲେ। ଏହି ଅବସର ରେ ଦାସକାଠିଆ କଳାକାରଗଣ ଙ୍କୁ ମାନପତ୍ର ଓ ଉପଢ଼ୌକନ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା। ମାଁ ଘଣ୍ଟେଶ୍ଵରୀ ସେବା ସମିତି ର କର୍ମକତ୍ତା ପରିଚାଳନା ରେ ସହଯୋଗ କରିଥିଲେ। ଭଟଲି- ଅମ୍ବାଭୋନାବ୍ଳକ ବିଭିନ୍ନ ଅଞ୍ଚଳ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।


Comments are closed, but trackbacks and pingbacks are open.