ଅଙ୍ଗନବାଡି କର୍ମୀ ଏବଂ ଜନସାଧାରଣଙ୍କ ପ୍ରଚେଷ୍ଟାରେ ଶିଶୁ ଉଦ୍ଧାର

Get real time updates directly on you device, subscribe now.

{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ବ୍ଲକ ସଦର ମହକୁମା କଦଳିମୁଣ୍ଡା ଅଙ୍ଗନବାଡି କର୍ମୀ ଏବଂ ପଡ଼ା ବାସୀଙ୍କ ପ୍ରଚେଷ୍ଟା ରେ ଜଣେ ୯ ବର୍ଷୀୟ ନାବାଳକ କୁ ଉଦ୍ଧାର କରି ସି.ଡ଼ବ୍ଲ.ସି ଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାଇ କଦଳିମୁଣ୍ଡା ସ୍ଥିତ ନିଜ ମାମୁ ଘରେ ରହି ଜଣେ ଶିଶୁ ପାଠ ପଢ଼ୁଥିବା ବେଳେ ଶିଶୁର ମାଁ ବାପା ମୃତ୍ୟୁ ବରଣ କରିଛନ୍ତି। ମାମୁ ଜଣେ ମଦ୍ୟପ ଲୋକ ଥିବାରୁ ଶିଶୁକୁ ବାରମ୍ବାର ନିର୍ଯାତନା ଦେଉଥିଲା ଏପରିକି ଗତ କିଛି ଦିନ ପୂର୍ବରୁ ରାତିରେ ହାଡ ଭଙ୍ଗା ଶୀତରେ ମାମୁ ନିଜ ଭଣଜା କୁ ବାହାରେ ବାରଣ୍ଡାରେ ଏକୁଟିଆ ଛାଡ଼ି ଦେଇଥିଲା ଓ ଶିଶୁ କୁ ମାଡ ମଧ୍ୟ ମାରିଥିବା ଅଞ୍ଚଳ ବାସି ଦେଖି ୧୦୨ ନମ୍ବର ରେ ଘଟଣା ସମ୍ପର୍କ ରେ ଜଣାଇଥିଲେ ପରେ ଜମନକିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶିଶୁ କୁ ସୁରକ୍ଷିତ କରିଥିଲା। ଅନ୍ୟଦିନ ଅଙ୍ଗନବାଡି କର୍ମୀ ଘଟଣା ସମ୍ପର୍କ ରେ ଜାଣିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ଜମନକିରା ସିଡିପିଓ ଏବଂ ଚାଇଲଡ ଲାଇନ କୁ ଜଣାଇଥିଲେ। ପରେ ବୁଧବାର ଦିନ ସକାଳ ପ୍ରାୟ ୧୦ ଟାରେ ଜମନକିରା ପୋଲିସ ଏ.ଏସ.ଆଇ ନିରଞ୍ଜନ ପ୍ରଧାନ, ଅଙ୍ଗନବାଡି କର୍ମୀ, କନକ ପଧାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସମ୍ବଲପୁର ଓ ଚାଇଲଡ ହେଲ୍ପ ଲାଇନ ସମ୍ବଲପୁରର ସଦସ୍ୟ ମାନେ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons