ଅସ୍ଥାୟୀ ଝୁଲା ପୋଲ ଉପରେ ଯାତାୟାତ କରୁଛନ୍ତି ଡୁମ୍ବା ଗ୍ରାମବାସୀ

Get real time updates directly on you device, subscribe now.

{ ଗଜପତିରୁରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡୁମ୍ବା ଗାଁ । ଗାଁକୁ ଯୋଗାଯୋଗ କରିବା ପାଇଁ କୁଟରୁପଡା ନାଳ ଉପରେ ଏକ ଅସ୍ଥାୟୀ କାଠ ପୋଲ ରହିଛି ତାହା ଉପରେ ଦେଇ ଗ୍ରାମବାସୀଙ୍କୁ ଯିବାକୁ ପଡୁଛି।ସ୍ଥାୟୀ ପୋଲ ଟିଏ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଖରସ୍ରୋତା ନାଳ ଉପରେ ଜୀବନକୁ ବାଜି ଲଗାଇ ଯାତାୟାତ କରିବା ପାଇଁ କାଠ ପୋଲ ହିଁ ଏକମାତ୍ର ସାହା ଭରସା ସାଜିଛି।ଉଭୟ ପଟ ଥିବା ଗଛ ଶାଖାକୁ ସଂଯୋଗ କରି ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଗ୍ରାମବାସୀ ଯାତାୟାତ କରିଥାନ୍ତି।କାଠ ପୋଲର ଦୁଇ ପାର୍ଶ୍ଵରେ ଥିବା ତାରକୁ ଧରି ଯାତାୟାତ କରିବାକୁ ପଡେ।ଏହି ପୋଲ ଦେଇ ଗ୍ରାମବାସୀ ନିଜର ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାରୀ ଯୋଜନାରେ ଏକ ସ୍ଥାୟୀ ପୋଲ ନିର୍ମାଣ କଲେ ଗ୍ରାମବାସୀ ଉପକୃତ ହୋଇପାରିବେ।ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons