ବାଉରୀଗୋଡା ପଞ୍ଚାୟତରେ ପ୍ରଶାସନର ମନମୂଖି କ୍ରପକଟିଂକୁ ନେଇ ଚାଷୀ ଅସନ୍ତୋଷ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଉରୀଗୋଡା ପଞ୍ଚାୟତରେ ପ୍ରଶାସନର ମନମୂଖି କ୍ରପକଟିଂକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି।ଚଳିତ ୨୦୨୪/୨୫ ଖରିଫ ଧାନ ଚାଷ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି।ତେଣୁ ଜନପ୍ରତିନିଧି ଓ ଚାଷୀଙ୍କ ଉପସ୍ଥିତିରେ କ୍ରପକଟିଂ କରାଯିବା ନିମନ୍ତେ ଶୁକ୍ରବାର ବାଉରୀଗୋଡା ପଞ୍ଚାୟତର ଚାଷୀ ମାନେ ଉଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଏବଂ କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁଯାୟୀ,ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବାଉରୀଗୋଡା ପଞ୍ଚାୟତରେ ଖରିଫ ଧାନ ଫସଲ କ୍ଷତି ହୋଇଛି।ସେନେଇ ପ୍ରଶାସନ ପକ୍ଷରୁ ଦୁଇଥର କ୍ରପକଟିଂ ହୋଇଛି।ମାତ୍ର ବିଡମ୍ବନାର ବିଷୟ ଏହିଯେ,ପ୍ରଶାସନିକ ଅଧିକାରୀ ମାନେ ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ, ସମିତିସଭ୍ଯ,ୱାର୍ଡସଭ୍ୟ କିମ୍ବା ଚାଷୀ ମାନଙ୍କ ଅଗୋଚରରେ ଏହି କ୍ରପକଟିଂ କରିଥିବା ପ୍ରଦତ୍ତ ଦାବିପତ୍ରରେ ସେମାନେ ଅଭିଯୋଗ କରିଛନ୍ତି।ଯେଉଁ ଜମିରେ ଗଭୀର ନଳକୂପ ଦ୍ଵାରା ଜଳସେଚିତ ହୋଇଛି ସେହି ଜମି ପ୍ଲଟରେ ଅଧିକାରୀ ମାନେ କ୍ରପକଟିଂ କରିଥିବା ହେତୁ ଚାଷୀ ମାନେ ଫସଲବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ ବୋଲି ଦର୍ଶାଇଛନ୍ତି।ଏପରିକି ଗ୍ରାମ୍ଯକୃଷି କର୍ମଚାରୀ କ୍ରପକଟିଂ ସମ୍ପର୍କରେ ଚାଷୀ ଓ ଜନପ୍ରତିନିଧି କାହାରିକୁ ନଜଣାଇ ମନଇଚ୍ଛା ରିପୋର୍ଟ ପ୍ରସ୍ତୁତ କରି କୃଷି ବିଭାଗକୁ ଭୁଲତଥ୍ୟ ପ୍ରଦାନ କରିଛନ୍ତି।ଏହାଛଡା ଗୁରୁବାର ପଞ୍ଚାୟତର ଅର୍ଜୁନବାଡର କ୍ରପକଟିଂ ସମୟରେ ଚାଷୀମାନେ ଅଧିକାରୀ ମାନଙ୍କ ଏଭଳି ମନମୂଖି କ୍ରପକଟିଂକୁ ବିରୋଧ କରିବାରୁ କୁଚିଣ୍ଡା ଅତିରିକ୍ତ କୃଷି ଅଧିକାରୀ ଓ କୁଚିଣ୍ଡା ତହସିଲଦାର ଧମକଚମକ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି କଲେକ୍ଟର ପ୍ରବିଣା ବିଲୁଙ୍ଗଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଥିଲେ।ଏ ସମ୍ପର୍କରେ କୁଚିଣ୍ଡା ଅତିରିକ୍ତ କୃଷି ଅଧିକାରୀ ସୁସ୍ମିତା କିରୋ ଓ ତହସିଲଦାର ମିତାଲି ଦଳେଇଙ୍କୁ ପଚାରିବାରେ ଧମକଚମକକୁ ଅସ୍ୱୀକାର କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ବାଉରୀଗୋଡା ସରପଞ୍ଚ ଗୋବର୍ଦ୍ଧନ ବାଘ,ସମିତିସଭ୍ଯ ପରେଶ ପଟେଲ, କୈଳାସ ସେଠ, ମନୀଷ ତିୱାରୀ,ଶତୃଘ୍ନ ନାଏକ, ରାଜକୁମାର ରକ୍ସା,ବିନୟ ରଣା,ରୋଷନ ମିଶ୍ରା, ଶୁଶିଳ ପଟେଲ,ପୂର୍ଣ୍ଣଚନ୍ଦ୍ର ପଟେଲ, ବିକାଶ ତିୱାରୀ, ରିଙ୍କୁ ନାୟକ ଙ୍କ ସମେତ ବହୁସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons