{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲାର କାର୍ଯ୍ୟରତ ଜିଲ୍ଲା ସାମ୍ବାଦିକା ରେଣୁବାଳା ବେହେରାଙ୍କ ପିତା ସ୍ବର୍ଗତ ବଂଶୀଧର ମଣିଙ୍କ ଏକାଦଶ ଦିବସ ପାଳିତ ହୋଇଯାଇଛି। ଆଜି ବନ୍ଧୁ ବାନ୍ଧବ ଆତ୍ମୀୟ ସଜନ ଉପସ୍ଥିତ ରହି ସ୍ୱର୍ଗତ ବଂଶୀଧର ମଣିଙ୍କ ସ୍ମୃତି ଚାରଣ କରିଥିଲେ | ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେ ଜଣେ ଶାନ୍ତ ସରଳ , ପରୋପକାର ,ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ଆଜି ତାଙ୍କର ଏକାଦଶ ଦିନରେ ତାଙ୍କର ସଡୁ ଲେଖକ ଓ କଣ୍ଠ ଶିଳ୍ପୀ ଗୋଟିଏ ଗୀତ ଗାନ କରିଥିଲେ। ସମସ୍ତେ ତାଙ୍କର ଗୀତରେ ଭାବ ବିହ୍ୱଳ ହୋଇ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଜ୍ୱାଇଁ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ବେହେରା ଉପସ୍ଥିତ ରହି ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।


Comments are closed, but trackbacks and pingbacks are open.