ଗଜପତି ଜିଲ୍ଲା ପ୍ରଶାସନ NMYCS ଶକ୍ତିସଦନ ଓ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, ତରଫରୁ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଶକ୍ତିସଦନ, ପାଟିକୋଟା ଠାରେ ପାଳିତ
{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ପ୍ରଶାସନ, NMYCS ଶକ୍ତିସଦନ ଓ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଶକ୍ତିସଦନ, ପାଟିକୋଟା ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ, ଗଜପତି ଶ୍ରୀମତୀ ସାରଳା ପାତ୍ର ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ବିଷୟରେ ଅବଗତ କରାଇବା ସହ ମଞ୍ଚ ପରିଚାଳନା କରିଥିଲେ| ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା | ଏହି ଅବସରରେ ସମ୍ମାନିତ ଅତିଥି ଶିବାନୀ ପାଣିଗ୍ରାହୀ ଜିଲ୍ଲା ସଞ୍ଜୋଜିକା ଓଏଲଏମ (ସ୍ଵୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇବା ସହ ଘରୋଇହିଂସା ଆଦି ବିଷୟରେ ବୁଝାଇଥିଲେ | ଏହି ଅବସରରେ ସମ୍ମାନିତ ଅତିଥି କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ PC PNDT Act, Property Rights ଉପରେ ଅବଗତ କରାଇଥିଲେ | ଆଈ ଏସ ଆର ଡି ସଖୀ ୱାନ ଷ୍ଟପ କେନ୍ଦ୍ର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ଏବଂ ସେଥିପାଇଁ ସମସ୍ତଙ୍କର ଚେଷ୍ଟା ରହିବା ଆବଶ୍ୟକ ସେହି ବିଷୟରେ ବୁଝାଇବା ସହ ମହିଳା ଓ ବାଳିକା ମାନଙ୍କ ପ୍ରତି ରହିଥିବା 13ଟି ଅଧିକାର ଉପରେ ସମ୍ୟକ ଧାରଣା ଦେଇଥିଲେ | | ଜିଲା ଶିଶୁ ସୁରକ୍ଷ୍ୟା ଇଉନିଟ ର ପିଓଆଇସି ଡମ୍ବୁରୁଧର ବଳବନ୍ତ ଜିଲ୍ଲା ରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ ତତ ସହିତ ଶିଶୁ ହେଲ୍ପଲାଇନ 1098 ବିଷୟରେ ଅବଗତ କରାଇଥିଲେ | ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ବୁଝାଇବ ସହ ମହିଳା ଓ ପୁରୁଷ ଉଭାଏ ମାନସିକ ସ୍ତରରେ ଶଶକ୍ତ ହେଲେ ଯାଇ ଆମ ଜିଲ୍ଲାକୁ ଏକ ମହିଳା ହିଂସାମୁକ୍ତ ଏବଂ ସୁରକ୍ଷିତ ଜିଲ୍ଲା ଭାବରେ ଗଢିତୋଳିବା ଏହି ବିଷୟରେ ଆଲୋକପାତ କରାଇଥିଲେ | ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ସୁଜାତା ପଟ୍ଟନାୟକ, ଏବଂ ଶ୍ରୀମତୀ ମମତାରାଣୀ ଶତପଥି , ଜିଲ୍ଲା ସଂଯୋଜକ Action – Aid ଶ୍ରୀଯୁକ୍ତ ଶେଷଦେବ ଭୋଇ, ଆକାଂକ୍ଷା ର ସେକ୍ରେଟାରୀ ଶ୍ରୀମତୀ ମିନା କୁମାରୀ ଟହଲ, ଆଇଏସଆରଡ଼ି ର ଉପ ନିର୍ଦେଶକ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ସମସ୍ତେ ଏହି ଦିବସ ଅବସରରେ ସଂକ୍ଷିପ୍ତ ସୂଚନା ଦେଇଥିଲେ | ଏହି ଅବସରରେ ଅଙ୍ଗନବାଡି କର୍ମୀ , ସୁପେରଭାଇଜର,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଆଇଏସଆରଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ,ଶକ୍ତିସଦନ ର ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ଙ୍କୁ ନେଇ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ବୁଝାଇବା ଉଦେଶ୍ୟରେ ଏକ ସ୍ଲୋଗାନ ମାଧ୍ୟମରେ ଏକ Humanchain କରାଯାଇଥିଲା| ଅଙ୍ଗନବାଡି କର୍ମୀ , ସୁପେରଭାଇଜର,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ,ଶକ୍ତିସଦନ ର ସମସ୍ତ କର୍ମଚାରୀ ଓ ଅନ୍ତେବାସୀ ଓ ଆଇଏସଆରଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ |ପରିଶେସରେ NMYCS ର ନିର୍ଦେଶକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |
Comments are closed, but trackbacks and pingbacks are open.