{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ବ୍ଲକ ଗୁଣ୍ଡରୁଚୁଅଁ ପଞ୍ଚାୟତ ବଶ ଷ୍ଟାଣ୍ଡ ପାଖରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ଲକ୍ଷ୍ୟ ଟଙ୍କା ଅନୁଦାନ ରାଶିରେ ଏକ ୪ ବଖରା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଏହି କମ୍ପ୍ଲେକ୍ସ କୁ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ ଯାହା ଫଳରେ ବର୍ତମାନ ଏହି ପ୍ରକଳ୍ପ ର ଚତୁଃପାର୍ଶ୍ଵରେ ଅନା ବନା ଘାସ ଉଙ୍କି ଯାଇଛି। ଜମନକିରା ପଞ୍ଚାୟତ ସମିତି ପକ୍ଷରୁ ୧୦ ଲକ୍ଷ୍ୟ ଟଙ୍କା ଅନୁଦାନ କରାଯାଇ ପ୍ରକଳ୍ପ ସମ୍ପୂର୍ଣ ହୋଇଥିବା ବେଳେ ବର୍ତମାନ ସାମାନ୍ୟ କାର୍ଯ୍ୟ ପାଇଁ ଏହାକୁ କାର୍ଯ୍ୟକ୍ଷମ ହେଉପାରୁନାହିଁ ଯାହା ଫଳରେ ସରକାର ଙ୍କ ଅନୁଦାନ ଟଙ୍କାରେ ନିର୍ମିତ କୋଠରୀ ଖତ ଖାଉଛି। ଏପରି କି ମାର୍କେଟ କମ୍ପ୍ଲେକ୍ସ ରେ ଲାଗିଥିବା ସଟର ରେ କଳଙ୍କି ମଧ୍ୟ ଲାଗିବାକୁ ବସିଲାଣି ଯାହା ଫଳରେ ସଟର ଖରାପ ହେବାର ସମ୍ଭାବନା ଅଧିକ ରହିଛି। ଅନ୍ୟ ପକ୍ଷରେ ଅଞ୍ଚଳରେ ବେ ରୋଜଗାର ଯୁବକ ଯୁବତୀ ମାନେ ଦୋକାନ କରିବାକୁ ପ୍ରୟାସ କରୁଥିବା ବେଳେ ଏହି ସରକାରି ମାର୍କେଟ କମ୍ପ୍ଲେକ୍ସ ଏକ ଚିନ୍ତାର କାରଣ ପାଲଟିଛି। ଜମନକିରା ବ୍ଲକ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣ ରେ ଦାବି ହେଉଛି।
Comments are closed, but trackbacks and pingbacks are open.