କଳିଙ୍ଗା ଘାଟି ପରିଦର୍ଶନ କଲେ ମାନ୍ୟବର ମନ୍ତ୍ରୀ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : କଳିଙ୍ଗା ଘାଟିରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ସ୍ଥିତି ସମୀକ୍ଷା କରିବା ସହ ରାସ୍ତାର ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଅନୁଧ୍ୟାନ କରିବା ନିମନ୍ତେ ଆଜି ଓଡ଼ିଶା ସରକାରଙ୍କ ବାଣିଜ୍ୟ,ପରିବହନ, ଇସ୍ପାତ ଓ ଖଣିଜ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କଳିଙ୍ଗା ଘାଟି ପରିଦର୍ଶନ କରିଛନ୍ତି।ମାନ୍ୟବର ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମା, ଘୁମୁସର ଉତ୍ତର ବନଖଣ୍ଡର ଡିଏଫ୍ଓ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ବିଡିଓ ଶ୍ରୀମତୀ ଭାରତୀ ଦେବୀ, ଉପଖଣ୍ଡ ପୋଲିସ ଅଧିକାରୀ ଡ. ଦୀପକ କୁମାର ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗୀୟ ଅଧିକାରୀ ଏନିଂ ସମ୍ପୃକ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ପରିଦର୍ଶନ ସମୟରେ ମାନ୍ୟବର ମନ୍ତ୍ରୀ ଘାଟି ରାସ୍ତାର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତି, ରାସ୍ତାର ବର୍ତ୍ତମାନ ସ୍ଥିତି ଏବଂ ଯାତାୟାତର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ଠାରୁ ସବିଶେଷ ଅବଗତ ହୋଇଥିଲେ। ଏଥି ସହ ଘାଟି ଅଞ୍ଚଳରେ ଯାତାୟାତକୁ ନିରାପଦ ଓ ସୁଗମ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଏହି ଅବସର ରେ ବର୍ତ୍ତମାନର କଳିଙ୍ଗା ଘାଟି ରାସ୍ତାର ଏକ ବିକଳ୍ପ ଯୋଗାଯୋଗ ପଥ ଭାବେ ଦୁର୍ଗାପ୍ରସାଦ–ଭାଲିଆପଟା ରାସ୍ତା ନିର୍ମାଣ ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ଅତିଶୀଘ୍ର ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।କଳିଙ୍ଗା ଘାଟିରେ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ସହ ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିକଳ୍ପ ରାସ୍ତା ନିର୍ମାଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହା ଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons