{ ବରଗଡରୁ ଗୌର ସାହୁଙ୍କ ରିପୋର୍ଟ } : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ଏନ,ଏସ,ସି କାର୍ଯ୍ୟାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସ ଆଡମ୍ବରରେ ପାଳନ ହୋଇଯାଇଛି l ଏହି ଅବସରରେ ପଦ୍ମପୁର ଠାରେ ନର୍ସିଂ କଲେଜର ଛାତ୍ରୀ କୁମାରୀ ଆଶାଞ୍ଜଳି ବାଗ ନୃତ୍ୟ ପରିବେଷଣ କରି ପୁରସ୍କାର ଲାଭ କରି ସମ୍ମାନିତ ହୋଇଥିଲେ l ଆକର୍ଷଣୀୟ ଯେ ପରିବେଶ ସୁରକ୍ଷା ଉପରେ ସଚେତନତl ଉପରେ ନୃତ୍ୟ ପରିବେଷଣ କରି ଯୁବପିଢ଼ି ଓ ଶିକ୍ଷିତ ଛାତ୍ର ସମାଜ ପାଇଁ ବାର୍ତ୍ତା ରଖିଥିଲେ l ଛାତ୍ରୀ ଅଶାଞ୍ଜଳି ବାଗ ସମ୍ମାନିତ ହୋଇଥିବାରୁ ନର୍ସିଂ କଲେଜର ସମସ୍ତ କର୍ମକର୍ତ୍ତା ତରଫରୁ ଅଭିନନ୍ଦନ ସହିତ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା l
Comments are closed, but trackbacks and pingbacks are open.