{ ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ } : ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି କାରିଗରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଚୋରି କରି ନେଇ ଯାଇଥିବା ଘଟଣାରେ ଉମରକୋଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଉମରକୋଟ ଅଞ୍ଚଳର। ପୋଲିସ ଏମାନଙ୍କ ଠାରୁ ୬୦୦୦/ ଟଙ୍କା ଜବତ କରିବା ସହ ଦୁଇଟି ମୋବାଇଲ୍ ଜବତ କରିଛନ୍ତି।ଏହି ଦୁଇ ଜଣଙ୍କ ମଧରୁ ଜଣେ ସାବାଳକ, ଜଣେ ନାବାଳକ।ନାବାଳକ ଅଭିଯୁକ୍ତ କୁ ଭବାନୀପାଟଣା ଜେଲ ଓ ସାବାଳକ କୁ ଉମରକୋଟ ଜେଲ କୁ ପଠେଇ ଦିଆଯାଇଛି । ଘଟଣା ପ୍ରକାରେ ଗଣେଶ ମୂର୍ତ୍ତି ବିକ୍ରି କରି ରଖିଥିବା ଟଙ୍କା ଗଣେଶ ପୂଜା ଦିନ ଚୋରି। ସୂଚନା ପ୍ରକାରେ ଆଜକୁ ପ୍ରାୟ ୯ ବର୍ଷ ହେବ ଉମରକୋଟ ପୈାର ପରିଷଦର ୟୁଭି ୩ ନଂ ଗ୍ରାମର ରାସ୍ତା ପାର୍ଶ୍ଵରେ ସୁଦୂର ରାଜସ୍ଥାନ ରାଜ୍ୟର ପାଲି ଜିଲ୍ଲା ଦେସୁରୀ ଥାନା ଅନ୍ତର୍ଗତ ନାର୍ଲି ଗ୍ରାମର ବାବରୀ ପରିବାର ର ଲୋକେ ଏଠାରେ ରହି ବିଭିନ୍ନ ପ୍ରକାର ମୂର୍ତ୍ତି ଗଢି ବ୍ୟବସାୟ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୨୭ ତାରିଖ ରାତି ପ୍ରାୟ ୩ ଟା ସମୟରେ ୪ ଜଣ ଅଜଣା ବ୍ୟକ୍ତି ଗୋଟିଏ ବାଇକ୍ ଯୋଗେ ମୂର୍ତ୍ତି ନେବାକୁ ଏମାନଙ୍କ ପାଖକୁ ଆସି ଉଠାଇ ଥିଲେ। ୨୭ ତାରିଖ ଭୋର ୪ ଘଣ୍ଟା ସମୟରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ସେମାନେ ରହିଥିବା ସ୍ଥାନରୁ ସେମାନଙ୍କର ଦେଢ ତୁଳା ସୁନାର କାନ ଫୁଲ,ଅଧ ତୁଳା ର ଗୋଟିଏ ମଙ୍ଗଳସୂତ୍ର ଓ ମୂର୍ତ୍ତି ବିକ୍ରି କରି ରଖିଥିବା ପ୍ରାୟ ୧୨ ଲକ୍ଷ ଟଙ୍କା କୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛନ୍ତି। ଏନେଇ ବାବରୀ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅଭିଯୋଗ ରେ ବାବରୀ ପରିବାର ଗ୍ରାହକ ସାଜି ଆସିଥିବା ଅଜଣା ଚାରି ଜଣ ବ୍ୟକ୍ତିଙ୍କ ଉପରେ ସନ୍ଦେହ ଥିବା ଏତଲା ରେ ଉଲ୍ଲେଖ କରିଥିଲେ। ପୋଲିସ ଘଟଣା କୁ ଗୁରୁତର ସହ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ରମାକାନ୍ତ ସାଏ ସୂଚନା ଦେଇଛନ୍ତି। ବାବରୀ ପରିବାର କହିବାନୁଯାୟୀ ସେମାନଙ୍କ ଏହି ଗଣେଶ ପୂଜାରେ ବର୍ଷ ସାରାର ଭରଣପୋଷଣ ପାଇଁ ରଖିଥିବା ଟଙ୍କା ଓ ମୂର୍ତ୍ତି ତିଆରି ପାଇଁ ଯେଉଁ ସବୁ ଜିନିଷ ପାଇଁ ରଖିଥିବା ଟଙ୍କା ଚୋରି କରି ନେଇଯାଇଛନ୍ତି। ଘଟଣା କୁ ନେଇ କିଛି ବୁଦ୍ଧିଜୀବି ମାନେ ପୋଲିସ ର ପେଟ୍ରଲଂ ଉପରେ ଅଙ୍ଗୁଳି ଉଠାଇଥିଲେ। ଯଦି ପୋଲିସ ସହରର ଗଳିକନ୍ଦିରେ ପେଟ୍ରଲଂ କଡାକଡି କରିଥାନ୍ତେ ତାହେଲେ ଏଭଳି ଘଟଣା ଘଟି ନଥାନ୍ତା ବୋଲି କହିଥିଲେ।କିନ୍ତୁ ପୋଲିସ ସେସବୁ କୁ ଭୁଲ ସାବ୍ୟସ୍ତ କରିଥିଲେ ଏସ ଆଇ ଶିବଜି ପଣ୍ଡା,ଅକ୍ଷୟ ମିଶ୍ର, କନେଷ୍ଟବଳ ନରେନ୍ଦ୍ର ନାୟକ ଓ ପୋଲିସ ଫୋର୍ସ ଙ୍କ ସହାୟତା ରେ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ!ଚୋରୀରେ ସମ୍ପୃକ୍ତ ଫେରାର ଥିବା ଅଭିଯୁକ୍ତ ଙ୍କୁ ଖୁବ ଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଉମରକୋଟ ପୋଲିସ ସୂଚନା ଦେଇଛି |
Comments are closed, but trackbacks and pingbacks are open.