{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ସାବାଡ଼ ହେବେ ନିଶା ବେପାରୀ, କଡାକଡି ହେବ ଆଇନଶୃଙ୍ଖଳା ବ୍ୟବସ୍ଥା | ଜଗତସିଂହପୁର ରେ ନୂଆ ଏସ.ପି ଯୁବ ଆଇପିଏସଙ୍କ କଡ଼ା ଆଭିମୁଖ୍ୟ | ବ୍ରାଉନସୁଗାର ବେପାରୀକୁ ରେଡ ହ୍ୟାଣ୍ଡରେ ଧରିଲା ଜଗତସିଂହପୁର ପୋଲିସ | 35 ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ| ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ସାଡ଼େ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ, ଅଭିଯୁକ୍ତ ଙ୍କ ପାଖରୁ ନଗଦ 2400 ଟଙ୍କା ଓ ଏକ ୟାମା ମୋଟର ସାଇକେଲ ଜବତ ହୋଇଛି |ଏ ନେଇ ଜଗତସିଂହପୁର ଏସ.ଡି.ପି.ଓ ଙ୍କ କାର୍ଯ୍ୟାଳୟରେ ପ୍ରେସମିଟ କରି ସୂଚନା ଦେଇଛନ୍ତି ଏସପି ଅଙ୍କିତ ବର୍ମା | ଆଗକୁ ନିଶା ବେପାରୀ ଓ ନିଶା ବେପାରକୁ ସହଯୋଗ କରିଥିବା ପୋଲିସ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଏସପି | ଅପର ପକ୍ଷରେ ପାରାଦ୍ୱୀପରେ ମଧ୍ୟ 21 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସପି |
Comments are closed, but trackbacks and pingbacks are open.