କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କ ସ୍ୱାମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ

Get real time updates directly on you device, subscribe now.

ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ } : ଗତ କାଲି ବିଳମ୍ୱିତ ରାତି କଣ୍ଟାବାଞ୍ଜି ଥାନାରେ ହୋହଲ୍ଲା ଦେଖିବାକୁ ମିଳିଥିଲା।କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ସ୍ୱାମୀ ସହର କିଛି ଯୁବକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଇଥିଲା। ଏହି ଘଟଣା ରେ ଯେଉ ମାନେ ଦୁର୍ବ୍ୟବହାର ଶିକାର ହୋଇଥିଲେ ତାଙ୍କୁ ପୋଲିସ ଉଠାଇ ଥାନାକୁ ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ ର ଶିକାର ହୋଇଥିଲା ପୋଲିସ। ପରେ ଶତାଧିକ ଲୋକ ଥାନାକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୁର୍ବ୍ୟବହାର କରିଥିବା ଥାନା ଅଧିକାରୀଙ୍କ ସ୍ବାମୀଙ୍କ ବିରୁଦ୍ଧରେ କାର୍ଯ୍ଯନୁଷ୍ଠାନ ଦାବି ନେଇ ଲିଖିତ ଅଭିଯୋଗ ଦେଇଥିଲେ।। ବିଳମ୍ୱିତ ରାତି ଯାଏ ଥାନାରେ ହାଇଡ୍ରାମା ଚାଲିଥିଲା। ଶେଷରେ ଥାନା ଅଧିକାରୀଙ୍କ ସ୍ୱାମୀ କ୍ଷମା ପ୍ରାର୍ଥନା ପରେ ଲୋକେ ଶାନ୍ତ ହେବା ସହ ୩ ରୁ ୪ ଘଂଟା ଯାଏ ଚାଲିଥିବା ହୋହାଲ୍ଲା ସମାଧାନ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons