{ କେନ୍ଦ୍ରାପଡ଼ା ବ୍ୟୁରୋ } : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁ ର ଅଞ୍ଜନା ମିର୍ଧା ଓ ପୁଅ ରତିନ୍ଦ୍ର ମିର୍ଧା ନିଖୋଜ ଥିବା ସୂଚନା ମିଳିଥିଲା। ଗତ ବୁଧବାର ଦିନ ଗାଁ ର ଅନ୍ୟ ଦୁଇ ଜଣ ସମ୍ପର୍କୀୟ ଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନ ଜଙ୍ଗଲ ମଧ୍ୟକୁ କଙ୍କଡା ଧରିବାକୁ ଯାଇଥିଲେ। ଜଙ୍ଗଲ ରୁ ୮ କିମି ଭିତରକୁ ଚାଲିଯାଇଥିଲେ। ଅନ୍ୟ ଦୁଇଜଣ ଫେରି ଆସିଥିଲେ ମଧ୍ୟ ମା ପୁଅ ଦୁଇଜଣ ଫେରିନଥିଲେ l ରାଜନଗର ବନ ବିଭାଗ ର ୧୦ ଟି ଟିମ ର ୩୦ ଜଣ କର୍ମଚାରୀ ତତସହିତ ଡ୍ରୋନ କ୍ୟାମେରା ସାହାଯ୍ୟ ରେ ଜଙ୍ଗଲ ମଧ୍ୟରେ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ପତ୍ତା ମିଳି ପାରି ନ ଥିଲା l ଦୀର୍ଘ ୫ ଦିନ ପରେ ଉଦ୍ଧାର ହେଲେ ମାଆ ପୁଅ। ଘଞ୍ଜ ଜଙ୍ଗଲରେ ବଟବାଣା ହୋଇ ଫସି ରହିଥିଲେ, ପାଞ୍ଚଦିନ ପରେ ଗାଁଲୋକେ ଓ ବନ ବିଭାଗ ଙ୍କ ସହାୟତା ରେ ହାବଳ ଫରେଷ୍ଟର ମାଙ୍ଗୁଆ ନାଳ ନିକଟରୁ ମାଆ ପୁଅଉଦ୍ଧାର ହେଲେ ଓ ପାଖାପାଖି ରାତି ୯ ଟାରେ ଉଦ୍ଧାରକାରୀ ଟିମ ସହ ବୋଟ କୂଳରେ ପହଞ୍ଚିଥିଲେ । ମା ପୁଅ ଙ୍କ କହିବା ଅନୁଯାୟୀ ସେ କଙ୍କଡା ଧରୁ ଧରୁ ବହୁ ଆଗକୁ ଚାଲି ଯାଇ ବାଟ ଭୁଲି ଯାଇଥିଲେ l ବନ୍ୟଜନ୍ତୁ ଙ୍କ ଭୟ ରେ ରାତିରେ ଗଛରେ ଶୋଇ ରହୁଥିଲେ l ଦିନ ହେଲେ ବାଟ ଖୋଜୁଥିଲେ l ପ୍ରଥମ ଦିନରୁ ଖାଦ୍ୟ ସରିଯିବାରୁ ୫ ଦିନ ହେବ ପାଣି ପି ସମୟ କଟାଇଥିଲେ l ବନବିଭାଗ ତାଙ୍କ ନାଁ ଧରି ଡାକୁଥିବାର ଡାକ ଶୁଣି ଜବାବ ଦେଇଥିଲେ ଓ ଜୀବନ ବଞ୍ଚିବାର ଆଶା ହରାଇ ବସିଥିବା ମା ଓ ପୁଅ ପୁଣି ଥରେ ପୁନର୍ଜନ୍ମ ପାଇଛନ୍ତି ବୋଲି କୋହ ଭରା କଣ୍ଠ ରେ କହିଥିଲେ l ଶେଷ ଖବର ସୁଦ୍ଧା ପାଞ୍ଚ ଦିନ ଅଖିଆ ରହିବା ମା ପୁଅ ଦୁର୍ବଳ ହୋଇ ପଡିଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆଣିବାପାଇଁ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ କୁ ଅଣାଯାଇଥିଲା l
Comments are closed, but trackbacks and pingbacks are open.