ଓଡ଼ିଶା ଡ୍ରାଇଭର ମହାସଂଘ, ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

Get real time updates directly on you device, subscribe now.

{ ଦେବଗଡରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଓଡ଼ିଶା ଡ୍ରାଇଭର ମହାସଂଘ, ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲା ନୂତନ ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ଏବଂ ଡ୍ରାଇଭର ମହାସଂଘ ର ଏକ କାର୍ଯ୍ୟାଳୟ ମଧ୍ଯ ଉଦଘାଟିତ ହୋଇଥିଲା । ଓଡ଼ିଆ ଡ୍ରାଇଭର ମହାସଂଘ,ଦେବଗଡ଼ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା । ୨୫ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ, ଦେବଗଡ଼ ଜିଲ୍ଲା ସଭାପତି ତଥା ଓଡ଼ିଶା ଡ୍ରାଇଭର ମହାସଂଘ ର ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ , ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ,ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ , ଭାରପ୍ରାପ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଧନୁର୍ଜୟ ମାହାନ୍ତ ପ୍ରମୁଖ ସଂଘର ନବ ନିର୍ମିତ କାର୍ଯ୍ୟାଳୟ ର ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ପୂର୍ବତନ ବିଧାୟକ ସୁବାସ ପାଣିଗ୍ରାହୀ,ଜିଲ୍ଲା କଂଗ୍ରେସ ସଂଯୋଜକ ସେମ୍ ହେମ୍ବ୍ରମ୍, ସାମାଜିକ କର୍ମୀ ଅର୍ନବ ପଣ୍ଡା ,ଦେବଗଡ଼ ଥାନା ଅଧିକାରୀ ସବ୍ୟସାଚୀ ଶତପଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ୍ରାଇଭର ମାନଙ୍କ ସୁରକ୍ଷା ସ୍ୱାଭିମାନ ଉପରେ ଆଲୋକପାତ କରିଥିଲେ। ଡ଼୍ରାଇଭର ମହାସଂଘ ପରିବାର ର ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅର୍ଥରାଶି ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଓଡ଼ିଶା ଡ୍ରାଇଭର ମହାସଂଘ,ଦେବଗଡ଼ ଜିଲ୍ଲା ଶାଖା ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ଶତାଧିକ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons