{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜଗତସିଂହପୁର ପରିସରରେ ଆଜି ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଶତୃଘ୍ନ ଦାସଙ୍କ ଦ୍ଵାରା ଏହି ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା। ବିଜୁପଟ୍ଟନାୟକ ଛକ, ଜିଲ୍ଲା ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାପ୍ତ ପାଲା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରାଯାଇଥିଲା ।ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଏହି ବର୍ଷର ବାର୍ତ୍ତା :- ‘ସାମୁହିକ ସଚେତନତା ଦ୍ୱାରା ସମସ୍ତ ଭୁଲ ଧାରଣା ଗୁଡ଼ିକୁ ଦୂରେଇ ଦେଇ ନିଶ୍ଚିତ କରିବା ଯେ, ସମାଜରେ ଜଣେ ମଧ୍ଯ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି ଅବହେଳିତ ହୋଇ ରହିବେ ନାହିଁ’ ବୋଲି ସମସ୍ତଙ୍କୁ ଜଣାଇ ଦିଆଗଲା।ଏହାପରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏଥିରେ ମହିମା ଏବଂ ନାରାୟଣୀ ସ୍କୁଲ ଅଫ ନର୍ସି ଛାତ୍ରଛାତ୍ରୀ ଏବଂ ଜିଲ୍ଲାର ବହୁମୁଖ ସ୍ଵାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମରୀ ଯୋଗଦାନ କରିଥିଲେ। କୁଷ୍ଠ ରୋଗ ଆରୋଗ୍ୟ ସାଧ୍ୟ, ଏହାର ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ । ପ୍ରାରମ୍ଭରୁ ଚିକିତ୍ସିତ ହେଲେ ଏହା ବିକଳାଙ୍ଗରୁ ରକ୍ଷା କରିବ। ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଦିବସର ମୁଖ୍ୟ ପ୍ରୟାସ ।ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ରଶ୍ମିରଞ୍ଜନ ପଟ୍ଟନାୟକ, ଡାଃ ସ୍ମୃତି ରଞ୍ଜନ ପଣ୍ଡା, ବିକା ରାଉତ, ହେମନ୍ତ କୁମାର ମୁଦୁଲି, ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଶେଷରେ ଏମ୍.ଡ଼ି ୱାକର ଅଲ୍ଲି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଏହି ସଚେତନତା କାର୍ଯ୍ୟକ୍ରମ ଆଜିଠୁ ଦୁଇ ସପ୍ତାହ ଧରି ସମସ୍ତ ଗ୍ରାମ ପଞ୍ଚାୟତରେ ଜାରି ରହିବ ବୋଲି ସୂଚନା ଦିଆଯାଇଛି।
Comments are closed, but trackbacks and pingbacks are open.