ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଆ ଭାଷାପ୍ରେମୀଙ୍କ ବନ୍ଧୁମିଳନ

Get real time updates directly on you device, subscribe now.

{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଉତ୍କଳ ସମ୍ମିଳନୀ ଦେବଗଡ଼ ଶାଖା ପକ୍ଷରୁ ବରିଷ୍ଠ ନାଗରିକ ଫୋରମ୍ କାର୍ଯ୍ୟାଳୟ ରେ ” ଓଡ଼ିଆ ଭାଷା ପ୍ରେମୀ ବନ୍ଧୁମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗୌରହରି ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ନଗର ପାଳ ସୁଶୀଲ କୁମାର କପର ଦାର ମୁଖ୍ୟ ଅତିଥି ରୂପେ ଏବଂ ଅବସର ପ୍ରାପ୍ତ ଅଧ୍ୟାପକ ଅଶୋକ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ | ଉପସଭାପତି ସୌଭାଗ୍ୟ କୁମାର ପାତ୍ର ମଞ୍ଚାସିନ ଥିବା ବେଳେ ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର କୁମୁଦ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମ କୁ ସଫଳ ଭାବରେ ପରିଚାଳନା କରିଥିଲେ | ଉତ୍କଳ ଦିବସ ଓ ଉତ୍କଳ ସମ୍ମିଳନୀ ର ସଂଗ୍ରାମ ସମ୍ପର୍କିତ ଆଲୋଚନା ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ! କବିତା ପାଠୋତ୍ସବ ରେ ନିରଞ୍ଜନ ଦ୍ବିବେଦୀ , ବେଣୁଧର ବେହେରା , ବିପିନ ବିହାରୀ ପୃଷ୍ଟି , ଜଗମୋହନ ସାହୁ , ଯତୀନ୍ଦ୍ର ପ୍ରଧାନ , ଗୋବିନ୍ଦ ଚନ୍ଦ୍ର ସାହୁ , ଫକୀର ମୋହନ ଦେହୁରୀ , ପୂର୍ଣ୍ଣ ଚନ୍ଦ୍ର ମିଶ୍ର , ରାମଚନ୍ଦ୍ର ମହାପାତ୍ର , ଦୈତାରି ପ୍ରସାଦ ଦ୍ବିବେଦୀ ଭେଷଜ କୁମାର ଭୋଜ କବିତା ପାଠ କରିଥିଲେ | ଆସନ୍ତା ଏପ୍ରିଲ ମାସ ୨୮ ତାରିଖରେ ମଧୁବାବୁଙ୍କ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଥିଲା | ଶେଷରେ କୋଷାଧ୍ୟକ୍ଷ ଦିଲିପ କୁମାର ଦେବ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅରବିନ୍ଦ ନାୟକ କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons