{ ବରଗଡ଼ରୁ ଗୌର ସାହୁଙ୍କ ରିପୋର୍ଟ } : ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଦ୍ବାରୀ ଗ୍ରାମ ରେ ଦିପାବଲୀ ଉପଲକ୍ଷେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରପାଲି ଦଳକୁ ପରାସ୍ତ କରି ବରା ଗ୍ରାମର ବିଜୟୀ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ଦ୍ବାରୀ, ଝାରପାଲି, ଇଚ୍ଛାପୁର, ଅମ୍ବାଭୋନା,ସାହ୍ଲେପାଲି, ଚିଚୋଲି, ବରା, ଦର୍ଲିପାଲି କ୍ରିକେଟ ଦଳ ଯୋଗଦାନ କରି ଖେଳ ପ୍ରଦର୍ଶନ କରିଥିଲେ। ସ୍ବେଚ୍ଛାସେବୀକ ଦେବାର୍ଚ୍ଚନ ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ପୁରସ୍କାର ବିତରଣୀ ସଭା ରେ ଉସତରରାମ ନାୟକ,ଦ୍ବାରୀ ଗ୍ରାମ କ୍ରିକେଟ ଦଳ ର କ୍ଷିରୋଦ, ମହାଦେବ, ବସନ୍ତ, ସୌରଭ, ଗୋବିନ୍ଦ ଯୋଗଦାନ କରି ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ।ଖେଳ ପରିଚାଳନା ରେ ଶେଷ ଦେବ ଓ ଗୋବିନ୍ଦ ଓ ଧାରାବିବରଣୀ ରେ ଦେବାର୍ଚ୍ଚନ ମଲ୍ଲିକ।ରୁତୁ ରାଜ, କରନ, ଦେବେନ୍ଦ୍ର, ଚନ୍ଦନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Comments are closed, but trackbacks and pingbacks are open.