{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୁର୍ତ୍ତବିଭାଗ ପକ୍ଷରୁ ବାମରା ବ୍ଲକର କବରୀବାହାଲରୁ ତୁରେଇନିକ୍ତିମାଲ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି।ହେଲେ ତୁରେଇ(ଜାମଢିପା)ମୌଜାରେ ରେକର୍ଡଭୁକ୍ତ ଉପରେ ରାସ୍ତା ନିର୍ମାଣ କରାଯାଉଥିବା ନେଇ ଯଦୁମଣି ମହାକୁଳ ଓ ଭଗବାନ ମହାକୁଳ ନାମକ ପ୍ରଜା ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ।ମାତ୍ର ଏପର୍ଯ୍ୟନ୍ତ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।ତେଣୁ୨୮ତାରିଖ ସୁଦ୍ଧା ପଦକ୍ଷେପ ନିଆନଗଲେ ୨୯ରୁ ସେମାନେ ତାଙ୍କ ରେକର୍ଡ ଜମିରେ ବେଆଇନଭାବେ ରାସ୍ତା ନିର୍ମାଣକୁ ବାଡଦେଇ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।ଏନେଇ ମୁଖ୍ୟମନ୍ତ୍ରୀ, ପୁର୍ତ୍ତବିଭାଗ ମନ୍ତ୍ରୀ,ପଞ୍ଚାୟତିରାଜ ମନ୍ତ୍ରୀ,ରାଜସ୍ବ ମନ୍ତ୍ରୀ, ଉତ୍ତରାଞ୍ଚଳ ରାଜସ୍ବ କମିଶନର,ସମ୍ବଲପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ,ପୁର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଓ କୁଚିଣ୍ଡା ସହକାରୀ ନିର୍ବାହୀଯନ୍ତ୍ରୀ,କୁଚିଣ୍ଡା ଉପଜିଲ୍ଲାପାଳ ଏବଂ ଏସଡିପିଓଙ୍କ ସମେତ ମହୁଲପାଲି ଥାନାକୁ ପତ୍ରାଳାପ କରିଛନ୍ତି।୨୦୨୨/୨୩ ଆର୍ଥିକ ବର୍ଷରେ ବାମରା ବ୍ଲକର କବରୀବାହାଲ ଠାରୁ ତୁରେଇନିକ୍ତିମାଲ ରାସ୍ତା ପ୍ରଶସ୍ତିକରଣ ଚାଲିଛି। ତୁରେଇ(ଜାମଢିପା)ମୌଜାର ଧନେଶ୍ୱର ମହାକୁଳ ଏବଂ ଭଗବାନ ମହାକୁଳଙ୍କ ନାମରେ ଥିବା ଖାତା ନଂ-୯୯, ୧୦୦ ଏବଂ ୧୬୦ରୁ ପ୍ରାୟ ୧ଏକରରୁ ଉର୍ଦ୍ଧ୍ବ ଜମି ଉପରେ ପୁର୍ତ୍ତବିଭାଗ ବେଆଇନ ଭାବେ ରାସ୍ତା ନିର୍ମାଣ କାମ କରୁଛି।ରାସ୍ତାକାମ ଆରମ୍ଭ ପୂର୍ବରୁ ଜମି ମାଲିକଙ୍କ ଉତ୍ତରାଧିକାରୀ ଯଦୁମଣି ମହାକୁଳ ଓ କୁମରମଣି ମହାକୁଳ ଉଭୟେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାସଂସ୍ଥାଙ୍କୁ ଅବଗତ କରି କ୍ଷତିପୂରଣ ଦାବି କରିଥିଲେ।ମାତ୍ର ପୁର୍ତ୍ତବିଭାଗ ଏଦିଗରେ ଆଦୌ କର୍ଣ୍ଣପାତ କରିନଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।ଏନେଇ ଗତ ୧୧ରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ,ଉପଖଣ୍ଡ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ।୧୩ରେ ବାମରା ତହସିଲଦାର, ସୁପରଭାଇଜର,ରାଜସ୍ବ ନିରୀକ୍ଷକ ଏବଂ ପୁର୍ତ୍ତବିଭାଗ କନିଷ୍ଠଯନ୍ତ୍ରୀ ଏହି ରାସ୍ତା ପରିଦର୍ଶନ କରିଥିଲେ।ତଦଅନୁଯାୟୀ ଗତ ୧୬ରେ ବିଧିବଦ୍ଧ ଭାବେ ଜମି ଚିହ୍ନଟ କରିବାକୁ ତହସିଲଦାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏଦିଗରେ ପ୍ରଶାସନ କିମ୍ବା ପୁର୍ତ୍ତବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।ତେଣୁ ଆସନ୍ତା ୨୮ସୁଦ୍ଧା ଏଦିଗରେ କୌଣସି ପଦକ୍ଷେପ ନିଆନଗଲେ ୨୯ରୁ ସେମାନେ ତାଙ୍କ ରେକର୍ଡଭୁକ୍ତ ଜମି ଉପରେ ନିର୍ମାଣ ହେଉଥିବା ରାସ୍ତାକୁ ବାଡଦେଇ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।ପ୍ରକାଶ ଥାଉକି,ରାସ୍ତା ନିର୍ମାଣର ବ୍ୟୟ ଅଟକଳ ପୂର୍ବରୁ ଜମି ଚିହ୍ନଟ ହେବାର ପ୍ରାବଧାନ ରହିଛି।ଯଦି କୌଣସି ବ୍ୟକ୍ତିଙ୍କ ରେକର୍ଡଭୁକ୍ତ ଜମିରେ ରାସ୍ତା ନିର୍ମାଣ ହେଉଛି ତେବେ ସରକାରୀ ଭାବେ ଜମି ଅଧିଗ୍ରହଣ ପୂର୍ବକ ଉକ୍ତ ଜମି ମାଲିକଙ୍କୁ ଆବଶ୍ୟକୀୟ କ୍ଷତି ପୂରଣ ଦେବାର ସରକାରୀ ନିୟମ ରହିଛି।ତେବେ ପୁର୍ତ୍ତବିଭାଗ ଏ ନିୟମର ଅନୁପାଳନ ନକରି ଡେଆଇନ ଭାବେ ରାସ୍ତା ନିର୍ମାଣ କରୁଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ କୁଚିଣ୍ଡା ପୁର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନବୀନ ବାଗେଙ୍କୁ ପଚାରିବାରେ ଏଥି ସକାଶେ ପ୍ରକ୍ରିୟା ଆରମ୍ଭ ହୋଇଛି ଖୁବଶୀଘ୍ର ଜମି ଚିହ୍ନଟ ହେବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.