ସମ୍ଭାଗ ପ୍ରଧାନାଚାର୍ଯ୍ୟ ବୈଠକ ୨୬-୨୭

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦୁଇଦିନିଆ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫୁଲବାଣୀ,ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ନେଇ ଗଠିତ ଦକ୍ଷିଣ ପୂର୍ବ ସଂଭାଗ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାନଙ୍କର ୭୨ଜଣରୁ ଉର୍ଦ୍ଧ୍ୱ ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଉକ୍ତ ବୈଠକରେ ଯୋଗଦେଇଥିଲେ।ଉକ୍ତ ବୈଠକରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁବାଷ ଜମାଦାର ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଶିକ୍ଷାବିକାଶ ସମିତି ଦକ୍ଷିଣ- ପୂର୍ବ ସମ୍ଭାଗର ନିରୀକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଶ୍ରୀଯୁକ୍ତ ଗୌରାଙ୍ଗ ପାଣିଗ୍ରାହୀ , ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟ ରାମାନନ୍ଦ ଦାସଜୀ, ଶିକ୍ଷାବିକାଶ ସମିତି ପ୍ରାନ୍ତ ନିରୀକ୍ଷକ ଅଶ୍ଵିନୀ କୁମାର ନାୟକ,ପ୍ରାନ୍ତ ଶୈକ୍ଷିକ ସଞ୍ଜୋଜକ ଶ୍ରୀ ଖଗେଶ୍ୱର ଦାସ, ଫୁଲବାଣୀ, ଗଞ୍ଜାମ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସାମଲ ଓ ଶ୍ରୀଯୁକ୍ତ ସରୋଜ ପଟ୍ଟନାୟକ, ସମ୍ଭାଗ ସମ୍ପାଦକ ଶ୍ରୀ ଦୀପକ କୁମାର ମହାରଣା,ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ ଜେନା , ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ,ସହସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ରଥ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ପାଢ଼ୀ, ସଦସ୍ୟା ଶ୍ରୀମତୀ ସବିତା ଗମାଙ୍ଗ, ଶ୍ରୀମତୀ ସରିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଇ ଦୁଇ ଦିନର ବୈଠକରେ ବକ୍ତାମାନେ ଆଗାମୀ ଶିକ୍ଷାବର୍ଷର ଶୈକ୍ଷିକ ଓ ଆର୍ଥିକ ଯୋଜନା ତଥା ଜାତୀୟ ଶିକ୍ଷା ନୀତି ସମ୍ବନ୍ଧୀୟ ଚର୍ଚ୍ଚା ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତଥା ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons