କୁଚିଣ୍ଡା ମହାବିଦ୍ୟାଳୟ ରେ ବାଳିକା ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କୁଚିଣ୍ଡା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଳିକା ମାନଙ୍କ ଆତ୍ମରକ୍ଷା ନିମନ୍ତେ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କୁଚିଣ୍ଡା ସହକାରୀ ଉପଜିଲ୍ଲାପାଳ ପ୍ରବିଣା ବିଲୁଙ୍ଗ, ତହସିଲଦାର ମିତାଲି ମଧୁସ୍ମିତା ଦଲେଇ , ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅଧ୍ୟାପିକା ସୁଭଦ୍ରା ଦାସ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଡ଼ଃ ସଞ୍ଜୁଶ୍ରୀ ସାହୁ ଯୋଗଦେଇ ଛାତ୍ରୀମାନଙ୍କ‌ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ତଥା ଉକ୍ତ ବିଷୟରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଆତ୍ମରକ୍ଷା ତାଲିମ ଦାୟିତ୍ଵରେ ଥିବା ଅଧ୍ୟାପିକା ବେଲମତୀ କୁମୁରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ୮ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ୨୩୬ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ, ସୁଜାତା ଭୋଇ ଛାତ୍ରୀମାନଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ ରହିଅଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons