ସମାଜସେବୀ ଟୁନା ପ୍ରଧାନଙ୍କ ବିୟୋଗ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ } : ଭଞ୍ଜନଗର ନିକଟ ବାଉଁଶ ଲୁଣ୍ଡି ଗ୍ରାମର ଶଙ୍କର୍ଷଣ ପ୍ରଧାନ(ଟୁନା) ଙ୍କ 59 ବର୍ଷ ବୟସରେ ବିୟୋଗ ହୋଇଛି।ଗତ ରାତିରେ ହଠାତ ତାଙ୍କର ହୃଦ ଘାତ ହୋଇଥିଲା।ମୃତ୍ୟୁ ଖବର ଶୁଣିବା ପରେ ବାଉଁଶ ଲୁଣ୍ଡି ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ଓ ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ହୋଇଥିଲା।ସୂଚନାଯୋଗ୍ୟ ଟୁନା ପ୍ରଧାନ ଜଣେ ଧର୍ମ ପରାୟଣ ବ୍ୟକ୍ତି ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ସେ ଏକାଧାରାରେ ଜଣେ ଧର୍ମ ପରାୟଣ, ପରୋପକାରୀ ସହ ଜଣେ ସୁଦକ୍ଷ ବକ୍ତା ଥିଲେ।ମୃତ୍ୟୁ ଖବର ପାଇବା ପରେ ଏକ ମାତ୍ର ପୁଅ ତାଙ୍କର ଶେଷ ଦର୍ଶନ କରିଥିଲେ ଓ ଏହା ସହ ନିଜର ପରିବାର ର ବହୁ ସଦସ୍ୟ ଉପସ୍ଥିତ ଥିଲେ।ମୃତ୍ୟୁ ଖବର ପାଇବା ପରେ ଭଞ୍ଜନଗର ତଥା ବାଉଁଶ ଲୁଣ୍ଡି ଗ୍ରାମର ପ୍ରମୁଖ ମୁଖ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶୋକ ସଂତାପ ପରିବାରକୁ ଆଶ୍ୱାସନ ଦେଇଥିଲେ।ସ୍ବର୍ଗତ ଟୁନା ପ୍ରଧାନ ଘୁମୁସର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ହୋଇ ସହଯୋଗ କରି ଆସୁଥିଲେ।ବାଉଁଶ ଲୁଣ୍ଡି ଗ୍ରାମ କୁର୍ମୀ ଖେତ୍ରିୟ ସମାଜ ର ସଭାପତି, ନଦିଆ ସଙ୍ଘ, ରାଧା କୃଷ୍ଣ ପାଠାଗାର, ରାଧା କୃଷ୍ଣ ମନ୍ଦିର ପରିଚାଳନା କମିଟି,ବାଉଁଶ ଲୁଣ୍ଡି ଠାକୁରାଣୀ ଯାତ୍ରା କମିଟିର ସକ୍ରିୟ ସଭ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।ଆଜି ତାଙ୍କର ମର ଶରୀରକୁ ପଟୁଆର ରେ ଗ୍ରାମ ଭ୍ରମଣ କରାଯିବା ପରେ ପରିବାର ଙ୍କ ଦ୍ଵାରା ପୁରୀ ସ୍ୱର୍ଗ ଦ୍ୱାରା ରେ ଶେଷ କୃତ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons