ଛାତ୍ର ଛାତ୍ରୀଙ୍କୁ ମିଳୁନିଗୁଣାତ୍ମକ ଖାଦ୍ୟ ଅଭିଯୋଗ

Get real time updates directly on you device, subscribe now.

( ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ ) ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ ଜମନକିରା ବ୍ଲକ ଅଧୀନରେ ଥିବା ଅନେକ ଏସ.ଏସ.ଡ଼ି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ଖାଦ୍ୟ ଦିଅ ଯାଉନଥିବା ଦେଖିବାକୁ ମିଳୁଛି। ଏପରିକି ବିଦ୍ୟାର୍ଥୀ ଙ୍କ ପ୍ରସ୍ତୁତି ହେଉଥିବ ମଧ୍ୟାହ୍ନ ଭୋଜନ ଶିକ୍ଷକ ଖାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ଜମନକିରା ବ୍ଲକ ଡୁମେର ମୁଣ୍ଡା ପଞ୍ଚାୟତରେ ଥିବା ବାମଣ୍ଡା ଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷକ ବିଦ୍ୟାର୍ଥୀଙ୍କ ମଧ୍ୟାହ୍ନ ଭୋଜନ ରୁ ନିଜ ପାଇଁ ଖାଦ୍ୟ ନେଇ ଖାଉଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ସମୟରେ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତୁତି ହୋଇଥିବା ଖାଦ୍ୟ ବିଦ୍ୟାର୍ଥୀଙ୍କୁ ଠିକ ଭାବେ ଖାଦ୍ୟ ପ୍ରଦାନ କରାନଯାଇ କେବଳ ଥରେ ମାତ୍ର ଭାତ ଦିଆଯାଉଥିବା ଦେଖିବାକୁ ମିଳିଥିଲା ଯାହାକି ବିଦ୍ୟାର୍ଥୀ ଙ୍କ ପାଇଁ ନିଅଣ୍ଟ ଅଟେ। ସେହିପରି ବିଦ୍ୟାଳୟ ରେ ପ୍ରସ୍ତୁତ ହୋଇଥିବା ପ୍ରତିଦିନର ଖାଦ୍ୟ ରୁଟିଙ୍ଗ ଅନୁଯାଇ ଖାଦ୍ୟ ପ୍ରସ୍ତୁତି ର ମାନ ମଧ୍ୟ ଠିକ ନଥିବା ଦେଖିବାକୁ ମିଳିଥିଲା। ଉକ୍ତ ଦିନରେ ସୋୟାବିନ ତରକାରୀ ପ୍ରସ୍ତୁତି ଥିବା ବେଳେ ଡାଲି ଝୋଳରେ କେବଳ ନାମକୁ ମାତ୍ର କିଛି ସୋୟାବିନ ଦେଇ ଥିବା ନଜରକୁ ଆସିଥିଲା ଯାହା ଫଳରେ ଛାତ୍ର ଛାତ୍ରୀଙ୍କୁ ଭାତ ସହିତ ପାନୀୟା ଡାଲି ଝୋଳ ରେ ଦୁଇ ତିନୋଟି ସୋୟାବିନ ସହିତ ଖାଇବାକୁ ପଡୁଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ବିଦ୍ୟାର୍ଥୀ ଙ୍କୁ ଏହା ନ ରୁଛୁ ଥିବାରୁ ସେମାନେ ଆଚାର ର ପ୍ରୟୋଗ କରି ଖାଦ୍ୟ ଖାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ହେଲେ କେବଳ ଏହା ଏକ ବିଦ୍ୟାଳୟ ନୁହେଁ ଏହା ବ୍ୟତୀତ ଜମନକିରା ବ୍ଲକ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ, ଆଶ୍ରମ ଓ କନ୍ୟାଶ୍ରମ ରେ ଥିବା ହଷ୍ଟେଲ ରେ ମଧ୍ୟ ଏଭଳି ପାନିଆ ଡାଲି ଓ ଭାତ ଦେଉଥିବା ବିଭିନ୍ନ ସମୟରେ ନଜରରେ ଆସୁଛି। ସେହିପରି ବିଭିନ୍ନ ଆଶ୍ରମ ବିଦ୍ୟାଳୟ ରେ ବିଦ୍ୟାର୍ଥୀ ଙ୍କ ପାଇଁ ପ୍ରସ୍ତୁତି ହେଉଥିବ ଖାଦ୍ୟ ର ମାନ ଠିକ ରହୁନ ଥିବା ମଧ୍ୟ ନଜରକୁ ଆସିଛି। ଏ ସମ୍ପର୍କ ରେ ଜମନକିରା ଡବ୍ଲୁ.ଇ.ଓ ଆଈଶ୍ବର୍ଯ୍ୟ ନାୟକ ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons