{ କୁଜଙ୍ଗରୁ ମନୋଜ କୁମାର ଜେନାଙ୍କ ରିପୋର୍ଟ } : କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ସତ୍ୟସାଇ ଜ୍ଞାନବିକାଶ ବିଦ୍ୟାଳୟ ଦେଇ ଜହ୍ନାପାଳ ଗ୍ରାମ ଓ ପଟୁସାହି ଗ୍ରାମକୁ ଏକ ମୁଖ୍ୟ ରାସ୍ତାଟି ସଂଯୋଗୀକରଣ ହୋଇଅଛି। ଉକ୍ତ ରାସ୍ତାଦେଇ ପଙ୍କପାଳ, ଗରେଇ,ପୋତା ନଈ, ଇତ୍ୟାଦି ଗ୍ରାମପଞ୍ଚାୟତର ଶତାଧିକ ଜନସାଧାରଣ,ବିଭିନ୍ନସ୍କୁଲ ,କଲେଜର ପିଲାମାନେ ଦୈନିକ ପଙ୍କପାଳ ବଜାର,ସାପ୍ତାହିକ ହାଟ ସହିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ଗାଡି ମୋଟର ଦ୍ୱାରା ଯିବା ଆସିବା କରିଥାନ୍ତି। ଏହି ପ୍ରମୁଖ ରାସ୍ତାଟି ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ଯାତାୟତର ବେଶ ଗୁରୁତ୍ୱ ବହନ କରିଥାଏ। ବର୍ତ୍ତମାନ ଏହି ରାସ୍ତାରେ ପାଦରେ କି ସାଇକଲ ଯୋଗେ ଯିବା ସମ୍ଭବ ନୁହେଁ ଗାଡି ମୋଟର ଯାନ କଥା ନ କହିଲେ ଭଲ ରାସ୍ତା ଟିର ମଧ୍ୟ ଭାଗରେ ରାସ୍ତାଟି ଭାଙ୍ଗି ତଳକୁ ଗଳି ପଡିଥିବାରୁ ଏକ ବିରାଟ ଗର୍ତ୍ତ ଦୃଘଟଣାକୁ ସ୍ୱାଗତ କରୁଛି। ଏହି ବିପଦ ସଙ୍କୁଳ ଅବସ୍ଥାରେ ଥିବା ରାସ୍ତାଟିକୁ ଶୀଘ୍ର ମରାମତି କରାନଯାଏ କେତେଯେ ଦୁର୍ଘଟଣା ଘଟିବ ତାହା ସମୟକୁ ଅପେକ୍ଷା ଆଉ ସାଧାରଣରେ ପ୍ରଶ୍ନବାଚୀ। ରାସ୍ତାରେ ଆମ୍ବୁଲାନ୍ସ ଗାଡି ଯାଇ ନପାରି ରୋଗୀଟିକୁ ଜରୁରୀ କାଳୀନ ସେବା ଯୋଗାଇ ପାରୁନାହିଁ କି ସ୍କୁଲ କଲେଜରେ ଅଧ୍ୟୟନ କରୁଥିବା ପିଲ୍ଲାମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଚାନ୍ଦପୁର ଗ୍ରାମ ଠାରୁ ବାଲିଆ ଗ୍ରାମ ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ନଦୀର ଜଳ ବର୍ଷାରେ ପ୍ରଖର ପ୍ରବାହିତ ଫଳରେ ଏକ ବଡ଼ ଧରଣର ଫାଟ ଓ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତାକୁ ବିପର୍ଯ୍ୟସ୍ତ କରି ୮ ରୁ ୧୦ଫୁଟ ପର୍ଯ୍ୟନ୍ତ ଗଳି ପଡିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ | ଏହାର ପ୍ରତିକାର ପାଇଁ ସ୍ଥାନୀୟ ପ୍ରଶାସନ କି ପଞ୍ଚାୟତର ଜନ ପ୍ରତିନିଧି କୁମ୍ବକର୍ଣ୍ଣ ନିଦ୍ରାରେ। ଯଥାଶୀଘ୍ର ଉକ୍ତ ରାସ୍ତାଟିକୁ ମରାମତି ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ, ପଙ୍କପାଳ,ପଟୁସାହି, ଜନାପାଳ, ଚାନ୍ଦପୁରର ଗ୍ରାମବାସୀ ମାନେ ଦାବି କରିଛନ୍ତି। ସ୍ଥାନୀୟ ଗ୍ରାମବାସୀ ମାନଙ୍କ କହିବା ଅନୁସାରେ ଯଦି ଆଗାମୀ ଦିନରେ ଉକ୍ତ ରାସ୍ତାଟିର ମରାମତି ଖୁବ ଶୀଘ୍ର ନ କରାଯାଏ ତେବେ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସହିତ ରାଜରାସ୍ତା ରୋକ କରି କୁଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
Comments are closed, but trackbacks and pingbacks are open.