ପବିତ୍ର ରକ୍ଷାବନ୍ଧନ ପାଳନ କଲେ ଶ୍ରୀ ନ୍ୟୁଜ୍ ଓ କବି ସମ୍ରାଟ ମିଡ଼ିଆ କ୍ଲବ୍‌ର କୁନିକୁନି ପିଲା

Get real time updates directly on you device, subscribe now.

{ ​ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ଗଞ୍ଜାମଜିଲ୍ଲା ଭଞ୍ଜନଗର ନିକଟସ୍ଥା ତନରଡା ଠାରେ ଦୁର୍ଗପତି ଙ୍କ କାର୍ଯ୍ୟାଳୟ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତବାହିନୀ ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ଯବାନଙ୍କ ପାଇଁ ଦେଖିବାକୁ ମିଳିଛି ଏକ ଭାବପୂର୍ଣ୍ଣ ଓ ସ୍ନେହଭରା ପରିବେଶ। ସୀମାରେ ଦେଶ ମାତୃକାର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହୁଥିବା ଅଷ୍ଟମ ସ୍ଵତନ୍ତ୍ରଭାରତୀୟ ସଂରକ୍ଷୀତ ବାହିନୀର ର ଯବାନମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିଛନ୍ତି ‘ଶ୍ରୀ ନ୍ୟୁଜ୍’ ଏବଂ ‘କବି ସମ୍ରାଟ ମିଡ଼ିଆ କ୍ଲବ୍’ର କୁନିକୁନି ଭଉଣୀମାନେ। ‘ଶ୍ରୀ ନ୍ୟୁଜ୍’ ଓ ‘କବି ସମ୍ରାଟ ମିଡ଼ିଆ କ୍ଲବ୍’ର ମିଳିତ ଆନୁକୁଲ୍ୟ ରେ କୁନିକୁନି ଝିଅମାନେଅଷ୍ଟମ ସ୍ଵତନ୍ତ୍ର ବାହିନୀର କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କ ହାତରେ ସ୍ନେହ ଓ ଆଶୀର୍ବାଦର ସୂତା-ଡୋରି (ରାକ୍ଷୀ) ବାନ୍ଧିଥିଲେ। ଭଉଣୀମାନେ ଯବାନମାନଙ୍କ ମାଥାରେ ତିଲକ ଲଗାଇ,ଆଳତି କରି ସେମାନଙ୍କର ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥିଲେ। ନିଜ ଭଉଣୀଠାରୁ ଦୂରରେ ଥିବା ଯବାନମାନେ କୁନିକୁନି ଝିଅମାନଙ୍କଠାରୁ ରାକ୍ଷୀ ପାଇ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। କୁନି ଭଉଣୀଙ୍କ ଏହି ଭଲପାଇବା ସେମାନଙ୍କୁ ନିଜ ଘର ଓ ପରିବାରର ଅଭାବ ଅନୁଭବ କରିବାକୁ ଦେଇନଥିଲା। ଯବାନମାନେ ମଧ୍ୟ କୁନି ଭଉଣୀମାନଙ୍କୁ ସ୍ନେହପୂର୍ଣ୍ଣ ଉପହାର ଦେବା ସହ ଜୀବନସାରା ସେମାନଙ୍କ ସୁରକ୍ଷା ଓ ଦେଶର ସେବା କରିବାର ସଙ୍କଳ୍ପ ଦୋହରାଇଥିଲେ।’ଶ୍ରୀ ନ୍ୟୁଜ୍’ଓ’କବି ସମ୍ରାଟ ମିଡ଼ିଆ କ୍ଲବ୍’ର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ,”ଯେଉଁ ବୀର ଯବାନମାନେ ଦିନରାତି ଆମ ସୁରକ୍ଷା ପାଇଁ ପାହାରା ଦେଉଛନ୍ତି, ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।”ଏହି କାର୍ଯ୍ୟକ୍ରମରେ ଅଷ୍ଟମ ସ୍ୱତନ୍ତ୍ର ବାହିନୀର ଦୁର୍ଗପତି-ସୁଧାକର ମିଶ୍ର,ସହ-ଦୁର୍ଗପତି:-ସାଫାଖାଟ ଖାନ,ଏ ବିଘ୍ନଶ୍ଵର ରାଓ, ଅମରେଟ କୁମାର ଛତ୍ରିଆ, ଏବଂ ସମସ୍ତ ଅଧିକାରୀ ଓ କର୍ମଚାରି ବୃନ୍ଦ ଉପସ୍ଥିତ ଥିଲେ, ଶ୍ରୀ ନ୍ୟୁଜ୍‌ର ମୁଖ୍ୟ ସମ୍ପାଦକ ଦୁର୍ଗାମାଧବ ଆଚାରୀ ଓ ଗଞ୍ଜାମ ପ୍ରତିନିଧି ରଂଜିତ ଜେନା ଏବଂ କବି ସମ୍ରାଟ ମିଡ଼ିଆ କ୍ଲବ୍‌ର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ସୁନୀଲ କୁମାର କର, ସମେର ମହାପାତ୍ର, ଏ ମନୋଜ କୁମାର ପାତ୍ର ସମ୍ପାଦକ ଚିନ୍ମୟୀ ଵେବର୍ତ୍ତ ସହ ସମ୍ପାଦକ ରଂଜିତ ଜେନା, ଆଶିଷ କୁମାର ଗୌଡ଼ ଓ ସଂଯୋଜକ , ବର୍ଜ ବିହାରୀ ଆଚାର୍ଜିୟ, ଅଶୋକ କୁମାର ନାୟକ, ଗିରିଶ ଚନ୍ଦ୍ର ସାହୁଓ ଅନ୍ୟ ସଦସ୍ୟ ଅକ୍ଷୟ କୁମାର ନାୟକ, ରଂଜିତ ସାମଲ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଏହି ଆନନ୍ଦଦାୟକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ଏହି ଭାବପୂର୍ଣ୍ଣ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons