ରେଳ ଧାରଣାକୁ ଶୌଚ ହେବା ପାଇଁ ଯାଇଥିଲେ ହଠାତ୍ ଆସିଗଲା ଟ୍ରେନ !

Get real time updates directly on you device, subscribe now.

{ ବଲାଙ୍ଗୀରରୁ ଅଞ୍ଜୁୁ ପୃଷ୍ଟିଙ୍କ ରିପୋର୍ଟ } : ବଲାଙ୍ଗିର – ସୋନପୁର ନୂତନ ରେଳପଥ ସ୍ଥିତ ମହାକୁର ପାଲି ଗ୍ରାମ ନିକଟରେ ରେଳ ଧାରଣା ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଗଇଁତଲା ଗ୍ରାମର ରାଜପତୀ ବାରିକ ବୟସ ୬୦ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ରାଜପତି ଆଜି ସକାଳେ ରେଳ ଧାରଣା ପଟକୁ ଶୌଚ ହେବାକୁ ଆସିଥିଲେ । ଏହି ସମୟରେ ଟ୍ରେନ ଟି ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ରାଜପତୀ ଙ୍କ ଶରୀର ଖଣ୍ଡ ବିଖାଣ୍ଡିତ ହୋଇ ସେ ପଡ଼ିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରିବାର ପରିଜନ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏବଂ ପୁଁଇତଲା ପୋଲିସ ଓ ରେଲିଓ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୁଇନ୍ତଲା ପୋଲିସ ଏବଂ ଜି ଆର ପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ରାଜପତୀ ବାରିକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ । ତାଙ୍କର ମୃତ୍ୟୁ ରେ ସାରା ପରିବାର ବର୍ଗରେ ଏବେ ସୋକୋକଳା ଛାୟା ଖେଳିଯାଇଛି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons