ଭାଙ୍ଗି ଗଲା ବେପାର କରି ଧନୀ ହେବାର ସ୍ବପ୍ନ

Get real time updates directly on you device, subscribe now.

{ ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ } : ଏବେ ସାରା ରାଜ୍ୟ ରେ ଅପରେସନ ପ୍ରହାର ଚାଲିଛି । ବଲାଙ୍ଗୀର ଜିଲ୍ଲାର ଏସପି ଅଭିଳାଷ ଜି ଙ୍କ ନିର୍ଦ୍ଦେଶ ରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୁଝାରୀ ଙ୍କ ନେତୃତ୍ବରେ ପାଟଣାଗଡ ଥାନା ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ଲରମ୍ଭା ରାସ୍ତା ରେ ଗାଇସିଲେଟ ଅଞ୍ଚଳ ର ଦୁଇ ଜଣ ଙ୍କ ଠାରୁ ବହୁ ମାତ୍ରାରେ କଫ ସିରପ ଜବତ କରିବା ସହ ଦୁଇଟି ମୋବାଇଲ ଓ ବାଇକ ଜବତ କରି ଉଭୟ ଙ୍କୁ ଗିରଫ କରି ପାଟଣାଗଡ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି। ଉଭୟ ଙ୍କ ଠାରୁ କଫ ସିରପ ଜବତ ସମୟ ରେ ମଜିଷ୍ଟଟେ ଙ୍କ ଉପସ୍ଥିତି ରେ ଜବତ କରାଯାଇ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons