ବାପା ଲିଭାଇ ଦେଲା ପୁଅର ଜୀବନ ଦୀପ !

Get real time updates directly on you device, subscribe now.

{ ନବରଙ୍ଗପୁରରୁ ଗଗନ ଗନ୍ତାୟତଙ୍କ ରିପୋର୍ଟ } : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ତରେଇଡିହି ଗାଁରେ ବାପାର ଇଟା ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ହାଟଭରାଣ୍ଡି ପଞ୍ଚାୟତ ତରେଇଡିହି ଗାଁର ଜୟଲାଲ ଗଣ୍ଡଙ୍କ ବଡ଼ପୁଅ ରାଜକୁମାର ଗଣ୍ଡ କିଛି ମାସ ହେଲା ମଦ୍ୟପାନ କରି ଘରେ ଗଣ୍ଡଗୋଳ କରୁଥିଲା। ନିଶାସକ୍ତ ଅବସ୍ଥାରେ ଗତ ଶୁକ୍ରବାର ଦିନ ନିଜ ପୁଅକୁ ମାରପିଟ କରିଥିଲା ରାଜକୁମାର ଆଜି ସଂଧ୍ୟାରେ ବି ମଦ ପିଇବା ପରେ ଘରକୁ ଆସି ମା’ଙ୍କ ସହ ଝଗଡ଼ା କରିଥିଲା । ବାପା ବାରଣ କରିବାରୁ ପାଟିତୁଣ୍ଡ କରି ଠେଲାପେଲା କରିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ବାପା ରାଗିଯାଇ ଗୋଟିଏ ଇଟାରେ ରାଜକୁମାର ମୁଣ୍ଡକୁ ଆକ୍ରମଣ କରିଥିଲେ | ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ରାଜକୁମାରର ମୃତ୍ୟୁ ହୋଇଥିଲା । ଖବର ପାଇ କୁନ୍ଦେଇ ପୁଲିସ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons